କଳାହାଣ୍ଡି(ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅନ୍ତର୍ଗତ ଏନ୍ ଏଚ୍ 26 କୃଷ୍ଣା ନଗର ସମ୍ମୁଖ ରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଜୁନାଗଡ ପଟୁ ଆସୁଥିବା ଏକ ପିକଅପ୍ ଭେନ୍ ସହ ଭବାନିପାଟଣା ପଟୁ ଆସୁଥିବା ଥିବା ମଟରସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା ଫଳରେ ମଟରସାଇକେଲ ଚାଳକ ଙ୍କ ଘଟଣା ସ୍ଥଳ ରେ ହିଁ ମୃତ୍ୟୁବରଣ ହୋଇଥିଲା ଅନ୍ୟ ଜଣେ ବାଇକ ଆରୋହି ସାଥୀ ଗୁରୁତର ଥିବାରୁ ତାଙ୍କୁ ମୁଖ୍ଯ ଡାକ୍ତର ଖାନା କୁ ପଠାଯାଇଥିଲା । ଏହି ଦୃଘଟଣାକୁ କେନ୍ଦ୍ର କରି ମୃତକଙ୍କ ପରିବାରବର୍ଗ କ୍ଷତିପୂରଣ ଦାବି ନେଇ ଏନ୍ ଏଚ୍ 26 ରେ ରାସ୍ତା ଅବରୋଧ କରିଥିଲେ ଏବଂ କ୍ଷତିପୂରଣ ବାବଦ ରେ 5 ଲକ୍ଷ ଟଙ୍କା ଦାବି କରିଥିଲେ । କିଛି ଘଣ୍ଟା ପାଇଁ ରାସ୍ତାର ଉଭୟ ପାର୍ଶ୍ବ ରେ ବହୁ ଗଡି ଅଟକି ରହିଥିଲା ଏହି ଘଟଣା ସଂପର୍କରେ ଖବର ପାଇ ସଦର ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ପରିବାରବର୍ଗ ଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ଦୁର୍ଘଟଣା ଗ୍ରସ୍ତ ପିକ୍ ଅପ୍ ଭ୍ୟାନ OD08 R 1273 ଓ ମଟରସାଇକେଲ OD08 S 2893 ନଂ ଗାଡି କୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।
ମୃତ ଯୁବକଙ୍କ ନାଁ ରତ୍ନାକର ମାଝୀ ଘର ବାନ୍ଧୋପଲା ବୋଲି ସୂଚନାରୁ ଜଣାପଡିଛି । କଳାହାଣ୍ଡି ଭବାନୀପାଟଣାରୁ ସଞ୍ଚିବ ରଥଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋଟ ।
Get real time updates directly on you device, subscribe now.