ମରଣ ମୁହଁରୁ ଫେରିଲେ ୧୧ଜଣ ମାଛଧରାଳି

23

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ରାଜନଗର ଗଭିର ସମୁଦ୍ର ମଧ୍ୟରେ ଟ୍ରଲର ନିଖୋଜ ହେବା ଘଟଣା ରେ ୧୨ ଜଣ ମତ୍ସ୍ୟଜୀବୀ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ସମୁଦାୟ ଟ୍ରଲରରେ ୧୩ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇଥିଲେ ଅଥଳ ସମୁଦ୍ର ଭିତରକୁ। ଗତକାଲି ଦିନ ୨ଟା ସମୟରୁ ଟ୍ରଲର ଟି ବୁଡିଯାଥିବା ବେଳେ ଟ୍ରଲରରେ କୈାଣସି ଲାଇଫି ଜ୍ୟାକେଟ ନଥିବା କାରଣରୁ ମତ୍ସ୍ୟଜୀବୀ ମାନେ ଅଶାନ୍ତ ସମୁଦ୍ର ଭିତରୁ ନିଜ ନିଜର ଜୀବନ ବଞ୍ଚାଇବା ପାଇଁ ଟ୍ରଲରରେ ଥିବା ଡ୍ରମ ଗୁଡିକୁ ଧରି୨୪ ଘଣ୍ଟାରୁ ଅଧିକ ସମୟ ପଯ୍ୟନ୍ତ ଅଶାନ୍ତ ସମୁଦ୍ର ଲହଢିକୁ ମୁକାବିଲା କରିବା ସହିତ ଭଗବାନଙ୍କ ନିକଟରେ ଜୀବନ ଭିକ୍ଷା କରୁଥିଲେ। ସମୁଦ୍ର ଭିତରକୁ ଯାଇଥିବା ଉପାସନା-୧ ଟ୍ରଲର ଦୃଘଟଣାଗ୍ରସ୍ଥ ହେବା ଖବରପାଇ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡ଼ିଥିବା ବେଳେ ସମୁଦ୍ର ଭିତରକୁ ଯାଇଥିବା ମାଛ ଧରାଳୀଙ୍କ ପରିବାର ଲୋକେ କେତେବେଳେ ଟ୍ରଲର ମାଲିକ ଆମର ପ୍ରଧାନଙ୍କ ନିକଟରେ ଆପତ୍ତି କରୁଥିଲେ ତ କେତେବେଳେ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ ବାରିକ ନିକଟରେ ଆପତ୍ତି କରୁଥିବା ନଜରକୁ ଆସିଛି। ୧୩ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ଚାଳଚୁଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଦିଆଯାଇଛି। ଏଠି ପ୍ରଶ୍ନ ଉଠୁଛି ତାଳଚୁଆ ଅଞ୍ଚଳର * ଉପାସନା – ୧ ନାମକ ମାଛଧରା ଟ୍ରଲର କାହିଁକି ଦୃଘଟଣା ହେଲା, ମାଛମାରିବା ପାଇଁ ସମୁଦ୍ର ଭିତରକୁ ଯାଇଥିବା ଉପାସନା-୧ ଟ୍ରଲରର କାଗଜପତ୍ର ଠିକ୍ ଅଛି ନା ମନମୁଖୀ ଅଗଭିର ସମୁଦ୍ରକୁ ଯାଉଥିଲା। ଯଦି କାଗଜପତ୍ର ଓ ଇନ୍ସୁରାନ୍ସ ଭଳି ସଠିକ୍ କାଗଜ ପତ୍ର ନଥିଲା ସେଭଳି ଟ୍ରଲରକୁ କାହିଁକି ସମୁଦ୍ର ଭିତରକୁ ଛଡ଼ାଗଲା ଓ ଟ୍ରଲରରେ ନିରିହ ମତ୍ସ୍ୟଜୀବୀ ମାନଙ୍କୁ ଏଭଳି ବିପଦପୂର୍ଣ୍ଣ ଟ୍ରଲରରେ କାହିଁକି ଛଡ଼ାଗଲା।” ଏଭଳି ଘଟଣା ପାଇଁ କିଏ ହେବ ଦାୟି। (ରାଜନଗର ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More