ମରଣଯନ୍ତା ପାଲଟିଛି ପୁରୀ- ଭୁବନେଶ୍ଵର ଜାତୀୟ ରାଜପଥ

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) :- ଜୁନ୍ ୪ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ଜୁନ୍ ୨୦ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ପୁରୀ-ଭୁବନେଶ୍ବର ରାଜପଥ ଦେଇ ୧୦ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଯାତାୟାତ କରିବେ । କିନ୍ତୁ ପୁରୀ ସହରକୁ ପ୍ରବେଶ ପଥ କାଠପୋଲ ଠାରୁ ତୁଳସୀ ଚଉରା ଛକ ମଧ୍ୟରେ ରାସ୍ତାରୁ ପିଚୁ ଉଠି ଯାଇଛି। ଯାହା ଫଳରେ କି, ମରଣଯନ୍ତା ପାଲଟିଛି ପୁରୀ- ଭୁବନେଶ୍ଵର ଜାତୀୟ ରାଜପଥ । କେତେକ ସ୍ଥାନରେ ରାସ୍ତା ମଝିରେ ଗାତ ହୋଇଥିବାରୁ ଗାଡି ଦୁର୍ଘଟଣା ହେଉଛି । ପ୍ରତ୍ୟେକ ଦିନ କିଛି ଲୋକ ଆହତ ହୋଇଛନ୍ତି । ୬ ମାସ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ୬ ହୋଇଥିବା ଜଣାପଡିଛି । ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ପ୍ରାୟ ୩କି.ମି ରାଜପଥ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି । ତେବେ ସ୍ନାନଯାତ୍ରା ଏବଂ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମୟରେ ଏହି ରାସ୍ତା ଦେଇ ପୁରୀକୁ ଲକ୍ଷ ଲକ୍ଷ ଲୋକ ଆସିବେ । ତେଣୁ ରାଜପଥ ମରାମତି କରାନଗଲେ ଲକ୍ଷ ଲକ୍ଷ ଲୋକ ଅସୁବିଧାର ସମ୍ମୁଖୀନ ହେବେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଯଥାଶୀଘ୍ର ଅଭିଯୋଗର ତଦନ୍ତ କରିବା ସହ ରାଜପଥର ଆବଶ୍ୟକ ମରାମତି କରିବାକୁ ସ୍ଥାନୀୟ ଲୋକେ, ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ସୂଚନା ଥାଉକି, ୨୦୧୫ ନବକଳେବର ପୂର୍ବରୁ ରାଜପଥ ଦୋହରୀକରଣ କରାଯାଇଥିଲା । ଏଥି ପାଇଁ ପ୍ରାୟ ୫୫୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ରାସ୍ତା ନିର୍ମାଣ ଖର୍ଚ୍ଚ ଭରଣା ପାଇଁ ପିପିଲି ନିକଟରେ ଟୋଲ୍ ଗେଟ ଖୋଲାଯାଇ ପୁରୀ-ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ଗାଡ଼ିଗୁଡିକ ଠାରୁ ଟୋଲ୍ ଫି’ ଆଦାୟ କରାଯାଉଛି । ରାସ୍ତା ନିର୍ମାଣ ଠାରୁ ୨୫ ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ସମ୍ପୃକ୍ତ ଠିକାଦାର ସଂସ୍ଥା ତଥା ଜାତୀୟ ରାଜପଥ ପ୍ରାଧୂକରଣ ଉପରେ ନ୍ୟସ୍ତ କରାଯାଇଛି । ରାସ୍ତା ନିର୍ମାଣ କରୁଥିବା ଘରୋଇ ସଂସ୍ଥା ଟୋଲ୍ ଫି’ ଆଦାୟ କରୁଥିଲେ ମଧ୍ୟ ରାଜପଥ ମରାମତି କରୁନାହିଁ । ଏଥି ଯୋଗୁଁ ପୁରୀ ଆସୁଥିବା ପର୍ଯ୍ୟଟକ ମାନେ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି । ଦୁର୍ଘଟଣାରେ ବହୁଲୋକ ମୃତାହତ ହେଉଥିଲେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ଚେତା ପଶୁନାହିଁ ।
ଗତ ୬ତାରିଖରେ ୨ୟ ରଥଯାତ୍ରା ସମନ୍ବୟ ବୈଠକରେ ରାଜପଥ ମରାମତି ନେଇ ପ୍ରଶ୍ନ ଉଠିଥିଲା । ପରେ ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରାଯିବ ବୋଲି ଜିଲାପାଳ ସମର୍ଥ ବର୍ମା ପ୍ରକାଶ କରିଥିଲେ । ଜିଲାପାଳଙ୍କ ନିର୍ଦେଶକୁ ଜାତୀୟ ରାଜପଥ ପ୍ରାଧ୍ୟାକରଣ ଅଧିକାରୀ ଗୁରୁତ୍ଵ ଦେଉନଥିବା ଅଭିଯୋଗ ହେଉଛି । ଆଇନ ମନ୍ତ୍ରୀ, କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଏବଂ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏହି ପ୍ରସଙ୍ଗକୁ ନେଇ ବହୁ ସଭ୍ୟ ଅସନ୍ତୋଷ କରିଥିଲେ । ଯଥାଶୀଘ୍ର ରାସ୍ତା ମରାମତି ପାଇଁ ଜାତୀୟ ରାଜପଥ ପ୍ରାଧ୍ଵକରଣ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଏହାସତ୍ତ୍ୱେ ଏବେ ସୁଦ୍ଧା ରାସ୍ତା ମରାମତି କରାଯାଇ ନାହିଁ । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଜନସାଧାରଣ ଦୁର୍ଦଶା ଭୋଗୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More