ମରଣଯନ୍ତା ପାଲଟିଛି ଚିଚିବାଇ -ବନ୍ଦକୋନା ରାସ୍ତା

22

Get real time updates directly on you device, subscribe now.

ନବରଙ୍ଗପୁର:(ସଂଘର୍ଷ ମିଡିଆ) : – ଦୀର୍ଘ ୨୦ବର୍ଷ ପୂର୍ବେ ତିଆରି ହୋଇଥିବା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଂଚଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିଚିବାଇ ଓ ବନ୍ଦକୋନା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟି ଯାଇଛି |ଚିଚିବାଇ ଠାରୁ ବନ୍ଦକୋନା ପର୍ଯ୍ୟନ୍ତ ପ୍ରାୟ ୩କିଲୋମିଟର ରାସ୍ତା ଉପରେ ପିଚୁ ସମ୍ପୂର୍ଣ୍ଣ ବାହାରିଯିବା ସହିତ ଗେଟି ସବୁ ରାସ୍ତାସାରା ବିଛେଇ ହୋଇପଡିଛି ଓ ଅନେକ ସ୍ଥାନରେ ଗର୍ତ୍ତସବୁ ସୃଷ୍ଟି ହୋଇ ବାଇକ ଆରୋହୀ ମାନଙ୍କ ପାଇଁ ବିପଦର କାରଣ ପାଲଟିଛି |ଗ୍ରାମବାସୀଙ୍କ କହିବା ପ୍ରକାରେ ଭୁଜବଳ ମାଝୀ ଯେତେବେଳେ ଡାବୁଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ, ସେତେବେଳେ ହିଁ ଚିଚିବାଇ-ବନ୍ଦକୋନା ରାସ୍ତାଟି ନିର୍ମାଣ ହୋଇଥିଲା |ନିର୍ମାଣ ହେଲା ପରଠୁ ଥରେ ମଧ୍ୟ ଏହି ରାସ୍ତାର ମରାମତି କରାଯାଇନି |ତେଣୁ ରାସ୍ତାରୁ ପିଚୁ ବାହାରି ପଡିବା ସହିତ ଆବଡା ଖାବଡା ହୋଇ ପଡ଼ିରହିଛି |ରାସ୍ତାରେ ମେଟାଲ ଓ ଗେଟି ପଥର ସବୁ ମୁଣ୍ଡ ଟେକି ରହିଛି |ଅନେକ ସମୟରେ ବାଇକ ଆରୋହୀମାନେ ବାଇକରୁ ଖସି ଖଣ୍ଡିଆ ଖାବଡା ହେଉଛନ୍ତି |ଦୁଇ ଚକିଆ ଯାନ ହେଉ ଅଥବା ୪ଚକିଆ, ରାସ୍ତାରେ ବାରମ୍ବାର ଯିବା ଆସିବା କରି ଗାଡିର ବିଭିନ୍ନ ଯନ୍ତ୍ରାନ୍ସ ଖରାପ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ଗୁରୁତର ରୋଗୀ ଏବଂ ଗର୍ଭବତୀ ମା ମାନଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାରେ ବହୁ ଅସୁବିଧା ଦେଖା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ରାସ୍ତାଟିକୁ ମରାମତି କଲେ ଗ୍ରାମବାସୀଙ୍କୁ ଗମନାଗମନ କରିବାକୁ ସୁବିଧା ହୁଅନ୍ତା ବୋଲି ଗ୍ରାମର କମଳୁ ଯାନୀ, ସୋନୁ ଯାନୀ, ଖଗପତି ଯାନୀ, କୁମର ଯାନୀ, ଡମେନ ଯାନୀ, ଭଗବାନ ଯାନୀ, ଦେବ ଯାନୀ, ମହେନ୍ଦ୍ର ପୂଜାରୀ, ଗୁଡ୍ଡୁ କୁମାର, ଦୁଆରୁ ଯାନୀ, ଭଗତ ଯାନୀ, ଚନ୍ଦ୍ର ଯାନୀ, ଧନସିଂ ଯାନୀ, ଦୈତାରୀ ଯାନୀ, ମଙ୍ଗତା ଯାନୀ, ରାମଚନ୍ଦ୍ର ଯାନୀ, ଯଦୁ ଯାନୀ, ହିରଣ ପୂଜାରୀ, ଜଗନ୍ନାଥ ଯାନୀ ପ୍ରମୁଖ ଦୃଢ଼ ଦାବୀ କରିଛନ୍ତି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More