ନୂଆପଡା (ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଡମଝର ଗ୍ରାମପଞ୍ଚାୟତ ର ଆଦିବାସୀ ଗାଁ ମରଗାଁ ରେ ପିଇବା ପାଣି ପାଇଁ ଲୋକେ ଦୀର୍ଘ ଦିନ ହେବ ବହୁ ଅସୁବିଧାର ସମ୍ମୁଖୀନ ହେବାର ଦୃଶ୍ୟ ସାମ୍ନାକୁ ଆସିଛି । ଉକ୍ତ ଗ୍ରାମରେ ପ୍ରାୟ ଛଅ ଶହ ଆଦିବାସୀ ଲୋକ ବାସ କରନ୍ତି । ଏହି ଗାଁରେ ତିନିଟି ନଲ କୂପ ରହିଥିବା ବେଳେ ମାତ୍ର ଗୋଟିଏ ନଳ କୂପରେ ବହୁକଷ୍ଟରେ କାମ ଚଳୁଛି । କିନ୍ତୁ ଉକ୍ତ ଗ୍ରାମରେ ବସୁଧା ଯୋଜନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ବିନିମୟରେ ଉକ୍ତ ଗ୍ରାମକୁ ଏକ ବର୍ଷ ହେବ ପାଣି ଟାଙ୍କି ମଧ୍ୟ ତିଆରି କରିଛନ୍ତି ଓ ପାଇପ କନେକ୍ସନ ମଧ୍ୟ ଲାଗିଛି ତାହା ମଧ୍ୟ କାର୍ଯ୍ୟକାରୀ ହେଇପାରୁ ନାହିଁ । ରାଜ୍ୟ ସରକାର ଶୁଦ୍ଧ ପାନୀୟଜଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ମରଗାଁ ପାଇଁ ତାହା ସାତ ସପନ ହୋଇପଡିଛି, ବୋଡେ଼ନ ବ୍ଲକରେ ଏଭଳି ଦୃଶ୍ୟ ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି । ଏଭଳି ଦୁଖଃ କେବେ ବୋଡେ଼ନ ବ୍ଲକରୁ ଦୂରହେବ, ତାହା ଦେଖିବାକୁ ବାକି ରହିଲା । ବୋଡେ଼ନ ବ୍ଲକରୁ ଭାଗ୍ୟବାନ ମାଝୀଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।