ମମହିଳା ପୋଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

12

Get real time updates directly on you device, subscribe now.

କନ୍ଧମାଳ (ସଂଘର୍ଷ ମିଡିଆ ) : ହିଲା ପୋଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ରେ । ଆଜି ସକାଳେ ଜି .ଉଦୟଗିରି ଥାନାରେ କାର୍ଯ୍ୟରତ ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରା ରହୁଥିବା ସରକାରୀ ବାସଭବନରେ ନିଜ ବେକରେ ଓଢ଼ଣୀ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବରପାଇ ଘଟଣାସ୍ଥଳରେ ଆଇଆଇସି ରେବତୀ ଶବର,ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୋଲିସ୍ କର୍ମଚାରୀ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତ ମହିଳା ଏସ୍ଆଇଙ୍କ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନଥିବାବେଳେ କେଉଁ କାରଣରୁ ମହିଳା ପୋଲିସ୍ ଏସ୍ଆଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାହା ସନ୍ଦେହ ଘେରରେ ରହିଛି । ଅନ୍ୟପଟେ ମହିଳା ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଏସ. ଆଇ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ବୋଲି ସୂଚନା ରହିଛି । ପରିବାର ଲୋକେ ଜି. ଉଦୟଗିରି ପହଞ୍ଚିଲେ ଶବ ବ୍ୟବଚ୍ଛେଦ ହେବ ଏବଂ ଦୁର୍ଘଟଣାର କାରଣ ପଦାକୁ ଆସିବ । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି । କନ୍ଧମାଳ ଜିଲ୍ଲା, ବାଲିଗୁଡା ସବ ଡିଭିଜନରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More