ମମତା ଯୋଜନା ଟଙ୍କା ହିତାଧିକାରୀ ପାଉ ନ ଥିବା ଅଭିଯୋଗ, ତଦନ୍ତ ଦାବି

25

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧ ଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଞ୍ଜଗୁଡ଼ା ଗ୍ରାମର ଶଶି ହିଆଲଙ୍କ ପ୍ରଥମ ଗର୍ଭରେ ଦୁଇଟି ଯମଜ ସନ୍ତାନ ଜନ୍ମ ହୋଇଥିବା ବେଳେ, ତିନି ମାସ ହେଲା ଦ୍ଵିତୀୟ ଗର୍ଭରୁ ମଧ୍ୟ ଯମଜ ସନ୍ତାନ ଜନ୍ମ ଗ୍ରହଣ କରିଛନ୍ତି। ଶଶି କହିବା ହେଲା ପ୍ରଥମ ଗର୍ଭ ଧାରଣ ଶିଶୁ ବିକାଶ ବିଭାଗ ତରଫରୁ ମିଳୁଥିବା ୫ହଜାର ଟଙ୍କା ପାଇ ନଥିବା ବେଳେ ଦ୍ଵିତୀୟ ଗର୍ଭ ଧାରଣାରେ ବି ୫ ହଜାର ଟଙ୍କା ପାଇନାହାନ୍ତି। ଓଡ଼ିଶା ରାଜ୍ୟ ସରକାର ମାକୁ ସମ୍ମାନ ଗାଁକୁ ସମ୍ମାନ,ଜନ୍ମରୁ ମୃତ୍ୟୁ ପର୍ଜ୍ୟନ୍ତ ଯୋଜନା ଉପରେ ଯୋଜନା କରୁଛନ୍ତି ସତ ହେଲେ ଗାଁରେ ଗର୍ଭବତୀ ମହିଳାଙ୍କ ଯୋଜନା କାର୍ଯ୍ୟ କାରୀ ହେଉନି । କେବଳ ଏମାନଙ୍କୁ ସାହାଯ୍ୟ କରିବାକୁ ଗାଁରେ ରହିଛି ପ୍ରାକ୍ ବିଦ୍ୟାଳୟ। ତେବେ ଅଙ୍ଗନୱାଡ଼ି କର୍ମୀ , ମହିଳା ପରିଦର୍ଶକା ଶିଶୁ ବିକାଶ ଅଧୀକାରୀ ରହି କରୁଛନ୍ତି କଣ? ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ତଳ ଅଦଳ ବଦଳ ବେଳେ ଯେଉଁଠାରେ ବିକାଶ ପାଦ ସ୍ପର୍ଶ କରିନି ସେହିଠାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଏଭଳି ଜଣେ ଯମଜ ସନ୍ତାନର ମାକୁ ଦେଖିଲେ ସତରେ ବିକାଶ ଗାଁ ଗାଁରେ ପହଞ୍ଚି ପାରୁନି ଅବହେଳା ଯୋଗୁଁ ଜଣେ ଯମଜ ୪ସନ୍ତାନର ମା ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ନପାଇବା ଶିଶୁ ବିକାଶ ବିଭାଗର ଅପାରଗତା ଦୁର୍ବଳତା ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ତେନ୍ତୁଳଖୁଣ୍ଟି ସିଡିପିଓଙ୍କୁ ଆମ ପ୍ରତିନିଧି ଫୋନ୍ ଜୋଗେ ଯୋଗାଯୋଗ କାରିଥିଲେ,ସେ କହୁଛନ୍ତି ପ୍ରଥମ ଡେଲିଭରିର ଟଙ୍କା ପାଇଛନ୍ତି,ମେ ମାସ ଡେଲିଭରି ଟଙ୍କା ମିଳି ନାହିଁ। କିନ୍ତୁ ହିତଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଦୁଇ ଥର ଡେଲିଭରି ଟଙ୍କା ପାଇ ନ ଥିବା ଆମ ପ୍ରତିନିଧିଙ୍କୁ ସୁଚନା ଦେଇଛନ୍ତି। ଏଥିରେ କି ରହଶ୍ୟ ରହିଛି ତୁରନ୍ତ ନବରଙ୍ଗପୁର ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଏହାର ତଦନ୍ତ କରି ଆବଶ୍ୟକ ପୋତ୍ସାହନ ରାଶି ହିତାଧିକାରୀ ପାଇବା ପାଇଁ ବ୍ୟବସ୍ଥା କରିବାକୁ ସବୁରି ମହଲରେ ଦୃଢ ଦାବୀ ହେଉଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More