ମଫସଲି ଝିଅ ସ୍ଵାଗତିକାର ଓଡିଶା ପ୍ରାଶାସନିକ ସେବା ପରିକ୍ଷା-୨୦୨୩ କୃତିତ୍ଵ

10

Get real time updates directly on you device, subscribe now.

ନବରଙ୍ଗପୁର( ସଂଘର୍ଷ ମିଡିଆ): – ଓଡିଶା ରାଜ୍ୟ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କୋରିଆ ଗ୍ରାମର ଅମୀୟ ମହାନ୍ତିଙ୍କ ଜନ୍ମ ଥିଲା ଏଇ ମଫସଲ ଅଞ୍ଚଳରେ l ସେ ବିବାହ କରିଥିଲେ ଯଦିଓ ଗାଁ ପାଖରେ,ତାଙ୍କ ଶଶୁର ଘର ପରିବାର ରହୁଥିଲେ ନବରଙ୍ଗପୁର ଜିଲ୍ଲା କରଚାମାଲରେ l ବାପା ଅମୀୟ ଓ ମା ମମତା ରୋହିଆଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେହେଁ,ବିଧିର ବିଧାନ କେ କରିବ ଆନ l ବର୍ଡର ସିକ୍ୟୁରିଟି ଗାର୍ଡରେ ଚାକିରୀ କରିଥିଲେ ଅମୀୟ l ଗୋଟିଏ ପୁଅ ଗୋଟିଏ ଝିଅକୁ ନେଇଥିଲା ତାଙ୍କ ପରିବାର l ମା ମମତା ଶିକ୍ଷକତା କରି ପାପାଡାହାଣ୍ଡି ନିଜ ଘରେ ରହି ଚଳାଉଥିଲେ ପରିବାର l ଦୁଃଖର ଦୁର୍ଦ୍ଦିନ ଏ ପରିବାର ଉପରେ ଦାଉ ସାଧିଲା ସେନାଙ୍କ ଗୁଳିରେ ଅମୀୟ ହେଲେ ସହିଦ,ତଥାପି ପରିବାରକୁ ଦୁଃଖ ଉପରେ ଆହୁରି ଦୁଃଖ ଲଦି ଦେଲା ବିଧାତା lପାଠ ପଢିବାକୁ ଯାଇ ଏକ ମାତ୍ର ପୁତ୍ର ବଣଭୋଜି କରିବାକୁ ଯାଇ ସମୁଦ୍ରରେ ସାଙ୍ଗ ମାନଙ୍କ ସହ ସ୍ନାନ କରିବା ସମୟରେ ମୃତ୍ୟୁ ବରଣ କରିଥିଲେ l ପରିବାରରେ ଦୁଃଖର ବନ୍ୟା ଲାଗିରହିଥିବା ବେଳେ କେତେ ଦୁଃଖ ସହ୍ୟ କରି ସୁଯୋଗ୍ୟା ଝିଅ ସୁଶ୍ରୀ ସ୍ଵାଗତିକା ଓଡିଶା ପ୍ରଶାସନିକ ସେବା ପରିକ୍ଷା-୨୦୨୩ ରେ ୧୮୭ ସ୍ଥାନରେ ରହି ସଫଳ ହୋଇଥିବାରୁ ତାଙ୍କୁ ଅଜସ୍ର ଶୁଭେଚ୍ଛା ଓ ଆନ୍ତରିକ ଅଭିନନ୍ଦନ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ଦକ୍ଷତା ବିକାଶ ଘଟାଇବା ସହିତ ମାଟି ପାଇଁ ଗୌରବ ଅର୍ଜନ କରିବାରେ ସହାୟକ ହୁଅନ୍ତୁ। ଝିଅ ସୁଶ୍ରୀ ସ୍ଵାଗତିକା କୋରଣିଆ ଗାଁ, ନାଉଗାଁ ବ୍ଳକ, ଜଗତ୍ସିଂହପୁର ଜିଲ୍ଲା, ପାପଡାହାଣ୍ଡି ବ୍ଳକ ଓ ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଓ ଗର୍ବିତ l ଝିଅର ବଡ ବାପା ସାମ୍ବାଦିକ ରବି ନାରାୟଣ ମହାନ୍ତି ମଧ୍ୟ ଝିଅର ସୁଦୀର୍ଘ ଜୀବନ, ଉଜ୍ୱଳମୟ ଭବିଷ୍ୟତ ପାଇଁ ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ଜଣାଏ l ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More