ନବରଙ୍ଗପୁର(ସଂଘର୍ଷ ମିଡିଆ ) : ଆଜି ଡାବୁଗାଁ ଠାରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ସାମ୍ବାଦିକ ମାନଙ୍କ ନିକଟରେ ମଠ ମନ୍ଦିର ପ୍ରତି ହେଉଥିବା ଆକ୍ରମଣ ଯୋଗୁଁ ଘୋର ଉଦବେଗ ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛି ଉପଦ୍ରବକାରୀ ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ନିକଟରେ ଥିବା ମାଁ ଡାଲଖାଇ ମନ୍ଦିର କୁ ଭାଙ୍ଗି ଦେଇଛନ୍ତି। ଏ ବିଷୟରେ ଏତଲା ଦେଇଥିବା ସୂଚନା ମିଳୁଛି। ହିନ୍ଦୁ ମହାସଂଘ ତଥା ହିନ୍ଦୁ ଧର୍ମବଲମ୍ବି ମାନଙ୍କ ପକ୍ଷରୁ ଦାବୀ କରାଯାଇଛି ମନ୍ଦିର ଭାଙ୍ଗିଥିବା ଅସାମାଜିକ ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଓଡ଼ିଶାରେ ହିନ୍ଦୁ ଦେବାଦେବୀ ମନ୍ଦିର ଗୁଡିକ ଉପରେ ଆକ୍ରମଣ ଦିନକୁ ଦିନ ବୃଦ୍ଧି ଘଟୁଥିବା ଯୋଗୁଁ ମହାସଂଘ ର ପ୍ରତିଷ୍ଠାତା ତଥା ପ୍ରମୁଖ ଶ୍ରୀ ଜୟନ୍ତ କୁମାର ପାତ୍ର ଘୋର ଉଦବେଗ ପ୍ରକାଶ କରିଛନ୍ତି।ଦୁର୍ବୁତ୍ତ ମାନଙ୍କ ଏପରି କାର୍ଯ୍ୟକୁ ଘ୍ରୁଣିତ,ନିନ୍ଦିତ ସବୁରି ମହଲ ରେ କରା ଯାଇଛି। ଏପରି ଦୁର୍ବୁତ୍ତ ମାନଙ୍କୁ ଧରି କଠୋର ଦଣ୍ଡରେ ଦଣ୍ଡିତ କରାଇବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।