ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀଙ୍କ କରକମଳରେ ତେଲନଦୀ ବନ୍ୟା ସୁରକ୍ଷା ଆଡିବନ୍ଧ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

10

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଜଳସେଚନ ବିଭାଗ ସୋନପୁର ଦ୍ୱାରା ତେଲନଦୀ କୂଳରେ ଆୟୋଜିତ ତେଳନଦୀ ବାମ ପାର୍ଶ୍ୱ ବନ୍ୟା ସୁରକ୍ଷା ଆଡିବନ୍ଧ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓଡିଶା ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି l ସୋନପୁର ଠାରୁ ଗତରକେଲା ପର୍ଯ୍ୟନ୍ତ ୬୦୦୦ ମିଟର ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ବନ୍ୟା ସୁରକ୍ଷା ଆଡିବନ୍ଧ ନିର୍ମାଣ ପ୍ରକଳ୍ପ ନିମନ୍ତେ ଜଳ ସମ୍ପଦ ବିଭାଗ ଓଡିଶା ସରକାର ଙ୍କ ଜଳସେଚନ ବିଭାଗ ସୋନପୁର ଦ୍ୱାରା ୧୫.୧୧ କୋଟି ଅର୍ଥ ରାଶିର ବ୍ୟୟ ଅଟକଳ ରହିଥିବା ବେଳେ ୧୨ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ସୂଚନା ପ୍ରଦାନ କରାଯାଇଛି l ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ଜିଲ୍ଲାର ସୋନପୁର ପୌରାଞ୍ଚଳ ସହ ସୋନପୁର ବ୍ଲକ ଅଞ୍ଚଳ ଅନ୍ତର୍ଗତ ଗତରକେଲା, କୁଷ୍ଟାପାଲି, ଜନମୁରା, ବାଲଦାପାଲି, ହଳଦିପାଲି ମୌଜା ର ୧୨୩୦୦ ହେକ୍ଟର ପରିମିତ ବହୁମୂଲ୍ୟ ଚାଷ ଉପଯୋଗୀ ଜମିରେ ଉତ୍ପାଦିତ ଫସଳର ବିଶେଷ ସୁରକ୍ଷା ସହ ପ୍ରାୟ ୫୫୦୦୦ ବିଶିଷ୍ଟ ଜନବସତି ର ଧନ ଜୀବନର କ୍ଷୟ କ୍ଷତିକୁ ସମ୍ଭାବ୍ୟ ବନ୍ୟାରୁ ସୁନିଶ୍ଚିତ ରକ୍ଷା କରିବା କରିବାରେ ବେଶ ସହାୟକ ହେବ l ୧୧ ମିଟର ଚଉଡା ବିଶିଷ୍ଟ ଏହି ହାଇ ଫ୍ଲଡ ପ୍ରତିରୋଧ ଆଡିବନ୍ଧ ସୋନପୁର ସହରର ଦ୍ରୁତ ଜନବସତି ତଥା ଜିଲ୍ଲା ବିକାଶରେ ଏକ ପ୍ରମୁଖ ଭୂମିକା ନେଇ ଭବିଷ୍ୟତରେ ଏହି ଆଡିବନ୍ଧ ଦେଇ ରିଙ୍ଗ ରୋଡ଼ର ବ୍ୟବସ୍ଥା କରାଯିବ l ଯାହା ଫଳରେ ସହର ତଥା ଜିଲ୍ଲାର ଗମନା ଗମନ, ଯାନବାହାନ ଯାତାୟତ ପ୍ରଭୁତି ସୁଗମ, ସହଜ ଓ ବ୍ୟବସ୍ଥିତ ହୋଇପାରିବl ସହିତ ଏହି ପ୍ରକଳ୍ପ ଜିଲ୍ଲା ବିକାଶର ଏକ ମାଇଲ ଖୁଣ୍ଟ ବୋଲି ମତବ୍ୟକ୍ତ କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ l ପୁନଶ୍ଚ ଏଥି ସହ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସହ କୃଷି ଓ କୃଷକଙ୍କ ପ୍ରଗତି ନିମନ୍ତେ ଅଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମ କୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି, ଯେପରି କି ଅତି କମ ଦିନ ମଧ୍ୟରେ ଜିଲ୍ଲାର ଜନସାଧାରଣ ପ୍ରକଳ୍ପ ର ସୁବିଧା କୁ ଉପଲବ୍ଧ କରିପାରିବେ ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜଳସେଚନ ମଣ୍ଡଳ ବଲାଙ୍ଗୀର ଇଂ ସଂଜୀବ କୁମାର ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି l ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ତେଲ ଜଳସେଚନ ବିଭାଗ, ସୋନପୁର ଇଂ ଜିତେନ୍ଦ୍ର କୁମାର ପାଢ଼ୀ, ସୋନପୁର ପୌରାଧ୍ୟକ୍ଷା ଶ୍ରୀମତୀ ତାମସୀ ତାମସ୍ମିତା ନାୟକ, ପୌରଉପାଧ୍ୟକ୍ଷା ଶ୍ରୀମତୀ ମଳିକା ଦାନୀ, ବ୍ଲକ ଅଧ୍ୟକ୍ଷ ସୋନପୁର ଶ୍ରୀ ପ୍ରହଲ୍ଲାଦ ନାୟକ, ପ୍ରମୁଖ ମଂଚାସୀନ ଥିବାବେଳେ କାର୍ଯ୍ୟକ୍ରମ ରେ ପୌରପରିଷଦ ର ସମସ୍ତ କାଉନସିଲର, ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଜନସାଧାରଣ, ବିଭାଗୀୟ ଅଧିକାରୀ, ବିଭିନ୍ନ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ଜିଲ୍ଲାସ୍ତରୀୟ ସାମ୍ବାଦିକ ବୃନ୍ଦ ଉପସ୍ଥିତ ଥିଲେ l ଇଂ ସଜୋସ କୁମାର ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଇଂ ଖଗେଶ୍ୱର ରାଉତ ଏସ. ଡି.ଓ. ଜଳସେଚନ ବିଭାଗ ସୋନପୁର, ଧନ୍ୟବାଦ ପ୍ରଦାନ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More