କଟକ ( ସଂଘର୍ଷ ମିଡିଆ ) : ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସରପଞ୍ଚ ତଥା ସୂଚନା ଅଧିକାର କର୍ମୀ ସୌମ୍ୟରଞ୍ଜନଙ୍କ ସୁରକ୍ଷା ଦାବି କରିଛି ଓଡିଶା ସୂଚନା ଅଧିକାର ଅଭିଯାନ। ଅନୁଷ୍ଠାନ ପକ୍ଷରୁ ଏ ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ନୟାଗଡ଼ର ନିଶ୍ଷାପ ଝିଅ ପରୀକୁ ଯେଉଁଭଳି ଭାବେ ହତ୍ୟା କରାଯାଇଥିଲା ତାହା ରାଜ୍ୟ ପାଇଁ ଘୋର୍ ନିନ୍ଦୀନିୟ ଘଟଣା। ତେବେ ଏଇ ଘଟଣାର ସି ବି ଆଇକୁ ତଦନ୍ତ ହସ୍ତାନ୍ତର କରାଗଲେ ହତ୍ୟାକାଣ୍ଡ ପଛରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସାମ୍ନାକୁ ଆସିପାରନ୍ତେ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଘଟଣାରେ ରାଜନେତାମାନଙ୍କ ପୋଲିସ୍ ସହ ସିଧାସଳଖ ମଧୁଚନ୍ଦ୍ରିକା ଯୋଗୁଁ ପରୀ ଭଳି ଶିଶୁର ମୃତ୍ୟୁ ହେଲା ବୋଲି ଓସା ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ପରୀକୁ ଜଷ୍ଟିସ୍ ଦେବା ଲାଗି ଗୋଟେ ଛୋଟ ଝିଅ ଏହି ସଙ୍ଗଠନରେ ସାମିଲ୍ ହୋଇ ଦାବି କରିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଛି ବୋଲି ସୂଚନା ମିଳିଛି । କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।