ମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ହେଲା ସୁବର୍ଣ୍ଣଶ୍ରୀ

28

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) – ସୁବର୍ଣ୍ଣ ର ସହର ସୁବର୍ଣ୍ଣପୁର ଭାରତର ଦ୍ଵିତୀୟ ବାରଣାସୀ ନାମରେ ବିଖ୍ୟାତ l ବର୍ତ୍ତମାନ ଏବେ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା, ହସ୍ତ ଶିଳ୍ପକୁ ଉତ୍ପାଦକ ସଂସ୍ଥା ସୁବର୍ଣ୍ଣଶ୍ରୀ ମାଧ୍ୟମରେ ପ୍ରତିଫଳିତ କରୁଛି। ଇଷ୍ଟଦେବୀ ଦେବୀ ମାଁ ସୁରେଶ୍ୱରୀ ଓ ବାବା ସୁବର୍ଣ୍ଣମେରୁ ଙ୍କ ଆଶୀର୍ବାଦ ପ୍ରାପ୍ତ ସୁବର୍ଣ୍ଣପୁର ଭୂଖଣ୍ଡ ଏହାର ହସ୍ତତନ୍ତ ବସ୍ତ୍ର, ଟେରାକୋଟା, କଂସା ପିତଳ କଳାକୃତି, ବାଉଁଶ, ଧାନ ହସ୍ତଶିଳ୍ପ ଏବଂ ସନ୍ଥ କବି ଭୀମଭୋଇଙ୍କ ମହିମା ଧର୍ମ ପାଇଁ ବିଖ୍ୟାତ l ସୁବର୍ଣ୍ଣପୁରର ମିଶନ ଶକ୍ତି ଗୋଷ୍ଠୀ ମାନଙ୍କର ନିର୍ଦେଶକ ମଣ୍ଡଳୀ ହିସାବରେ ସୁବର୍ଣ୍ଣଶ୍ରୀ ବର୍ତ୍ତମାନ ସିଧାସଳଖ କୁଶଳୀ ବୁଣାକାର ଓ ଗ୍ରାମୀଣ କାରିଗର ମାନଙ୍କ ଉତ୍ପାଦିତ ଦ୍ରବ୍ୟ କ୍ରୟ କରି ତାହାର ଆଉଟଲେଟ ମାଧ୍ୟମରେ ପ୍ରଦର୍ଶନ ପୂର୍ବକ ଗ୍ରାହକ ମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇବାର ଲକ୍ଷ୍ୟ ରଖିଛି l ଏହି ମହତ ଊଦ୍ଦେଶ୍ୟ ନେଇ ଆଜି ସୋନପୁର ବ୍ଲକ ଛକ ଠାରେ ସୁବର୍ଣ୍ଣଶ୍ରୀ ର ବିପଣନ କେନ୍ଦ୍ର କୁ ଅର୍ଥ ଓ ଅବକାରୀ ବମନ୍ତ୍ରୀ ନିରଞ୍ଜନ ପୂଜାରୀ, ଯୋଜନା ସମନ୍ୱୟ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ହସ୍ତତନ୍ତ, ବୟନ ଓ କାରିଗରୀ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ହସ୍ତତନ୍ତ,ବୟନ ଓ କାରିଗରୀ ବିଭାଗ ଆୟୁକ୍ତ ତଥା ସଚିବ ଶୁଭା ଶର୍ମା, ଜିଲ୍ଲାପାଳ ସୁବର୍ଣ୍ଣପୁର ଅଵୋଲୀ ସୁନିଲ ନରୱଣେ ପ୍ରମୁଖ ଉଦଘାଟନ କରି ସୁବର୍ଣ୍ଣପୁର ର ଏହି ଗୌରବମୟ କଳା ଓ ହସ୍ତ ଶିଳ୍ପର ଉତ୍ତରାଧିକାରୀ ହିସାବରେ ସୁବର୍ଣ୍ଣଶ୍ରୀ ଏହାର ଉତ୍ତମ ମାନର ଉତ୍ପାଦ ଗୁଡିକ ପାଇଁ କଷଟି ପଥରରେ ପରୀକ୍ଷିତ ବୋଲି ପ୍ରକାଶ କରିଛନ୍ତି। ଏହାଜିଲ୍ଲାର ମହିଳା ମାନଙ୍କର କାରିଗରୀ ଗୋଷ୍ଠୀ ଙ୍କୁ ନେଇ ଗଠିତ ଯେଉଁଠାରେ ବମକାଇ, ବାନ୍ଧ ଶାଢ଼ୀ, ଟେରାକୋଟା ସାମଗ୍ରୀ ଇତ୍ୟାଦି ଓଡ଼ିଶାର ବିଖ୍ୟାତ ହସ୍ତଶିଳ୍ପକୁ ରୁଦ୍ଧିମନ୍ତ କରିବା ସହ ଯୁଗପଯୋଗୀ କରି ବର୍ତ୍ତମାନର ଗ୍ରାହକ ମାନଙ୍କୁ ଯୋଗାଇ ଦେଉଛି l ଓରମାସ ଏବଂ ମିଶନଶକ୍ତି ରୁ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସହାୟତା ପ୍ରାପ୍ତ ହୋଇ ସୁବର୍ଣ୍ଣଶ୍ରୀ ଏହି ସବୁ ଉତ୍ପାଦର ଗୁଣବତ୍ତା ନିୟନ୍ତ୍ରଣ ସହ କ୍ରୟ, ପେକେଜିଙ୍ଗ, ବିପଣନ କ୍ଷେତ୍ରରେ ଏକ ନୂତନ ଦିଶା ପ୍ରଦାନର ଲକ୍ଷ୍ୟ ରଖିଛି lଏହି ଆତ୍ମ ନିର୍ଭରଶୀଳ ମହିଳା ମାନଙ୍କର ବିକାଶ ପର୍ବରେ ନିଜକୁ ସାମିଲ କରିବା ଏବଂ ଏଠାକାର ଉଚ୍ଚ ମାନର ଉତ୍ପାଦଗୁଡିକ ନିଜର ତଥା ପରିବାରର ବ୍ୟବହାର ନିମନ୍ତେ କ୍ରୟ କରି ଏମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣ ଙ୍କୁ ଅନୁରୋଧ କରାଯାଇଛି l ଆଜିର ଏହି କାର୍ଯ୍ୟ କ୍ରମରେ ଏସପି ଅମରେଶ ପଣ୍ଡା,ପିଡିଡିଆରଡିଏ ସମେତ ଓରମାସର ଅଧିକାରୀ ଜିଲ୍ଲାର ଅନେକ ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଙ୍କ ସହ ଜିଲ୍ଲାର ସମସ୍ତ ଅଧିକାରୀ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ର ପ୍ରତିନିଧିମାନେ ଯୋଗଦେଇଥିଲେ। ସୁବର୍ଣ୍ଣପୁର ରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More