ମନରେଗା ଯୋଜନାରେ ଚଳୁ କରୁଛନ୍ତି ସରକାରୀ ଟଙ୍କା, ମଣିଷ ବଦଳରେ କାମ କରୁଛି ମେସିନ

18

Get real time updates directly on you device, subscribe now.

କୋଷାଗୁମୁଡା(ସଂଘର୍ଷ ମିଡିଆ) : –   ଦୁର୍ନୀତି ର ଗନ୍ତାଘର ପାଲଟିଛି ନବରଙ୍ଗପୁର ଜିଲ୍ଲାର ଅତି ଉପାନ୍ତ ଅଦବାସୀ ଅଧୁଷିତ କୋଷାଗୁମୁଡା ବ୍ଲକ l ଏଠି ସରକାରୀ ଟଙ୍କା ଆତ୍ମସାତ କରିବାରେ ଗୋଟେ ପାଦ ଆଗରେ ରହିଛନ୍ତି ସରକାରୀ ବାବୁ ମାନେ l ଅଧିକାରୀ ମାନେ କରୁଛନ୍ତି ଭ୍ରଷ୍ଟାଚାର ଉପରେ ଭ୍ରଷ୍ଟାଚାର ତଥାପି ଉପରସ୍ଥ ଅଧିକାରୀଙ୍କ ନଜର ଟିକେ ପଡୁ ନାହିଁ | ସରକାରୀ ବାବୁଙ୍କ ସହ ଶାସକ ଦଳ ନେତା ମିଶି ବଡ଼ ବଡ଼ ଖେଳ କରୁଛନ୍ତି  lଏପରିକି ବ୍ଲକ ର ସମସ୍ତ ପଂଚାୟତ ରେ ଚାଲିଛି ଦିନରାତି ହରିଲୁଟ! ସରକାରୀ ଯୋଜନା ରେ ଚାଲିଛି ଟଙ୍କା ଆତ୍ମାସାତ  l ନିରୀହ ଆଦିବାସୀଙ୍କ ନାରେ ଉଠୁଛି ଟଙ୍କା, କିନ୍ତୁ ମାଲେମାଲ ହେଉଛନ୍ତି ଯନ୍ତ୍ରୀ ଓ ଠିକାଦାର, ଏଭଳି ଏକ ଦୃଶ୍ୟ ସିଧାସଳଖ ଦେଖିବାକୁ ମିଳୁଛି କୋଷାଗୁମୁଡା ବ୍ଲକ ଏମ କେରାଗାଁ ପଂଚାୟତ ଠାରେ l ଏତଦବ୍ୟତୀତ ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ଏହାର କାୟା ବିସ୍ତାର ହୋଇ ସାରିଛି lଏମ କେରାଗାଁ ପଂଚାୟତ ରେ ସତ ପ୍ରତିଶତ ନିରୀହ ଆଦିବାସୀ ଲୋକେ ବସବାସ କରନ୍ତି ଏହି ପଂଚାୟତ ଓଡିଶା ଓ ଛତିଶଗଡ ସୀମାକୁ ଲାଗିରହିଥିବା ଦେଖିବାକୁ ମିଳୁଛି ଯେଉଁଥି ପାଇଁକି ସାଧାରଣରେ ପଂଚାୟତ ର ସମସ୍ତେ ନିଜ ପଂଚାୟତ ରେ କୌଣସି କାମ ଧନ୍ଦା ନ ପାଇ ପଡୋଶୀ ରାଜ୍ୟ ଛତିଶଗଡକୁ କୁଲିମଜୁରୀ କରିବାକୁ ଯାଇ ନିଜ ପରିବାର ପେଟ ପୋଷନ୍ତି | ସରକାର ଗରିବଙ୍କ ପାଇଁ ଶହେ ଦିନ କାମ ଯୋଗାଇବା ପାଇଁ ମନରେଗା ଯୋଜନା କରିଛନ୍ତି,  ହେଲେ ତାହାର କୌଣସି ସୁଫଳ ଦେଖିବାକୁ ମିଳୁନାହିଁ କୋଷାଗୁମୁଡା ବ୍ଲକ ସହ ଅନ୍ୟ ବ୍ଳକରେ |ବାରମ୍ବାର ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ ହେଉଛି। କାମ ରେ ମଣିଷ ବଦଳରେ ଜେସିବି ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ କାମ ହେଉଥିବା ଦେଖିବାକୁ ମିଳୁଛି lବର୍ତମାନ ଏମ କେରାଗାଁ ପଞ୍ଚାୟତର ସିରାଗୁଡା ଗ୍ରାମ ନିକଟ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଜମି ଠାରେ ପୋଖରୀ ଖନନ କରାଯାଇଥିବା ବେଳେ ଏଠାରେ ବିନା ସୂଚନା ଫଳକରେ କାମ ହେଉଥିବା ଦେଖିବାକୁ ମିଳୁଛି। ରାତି ଦିନ ମେସିନ୍ ସାହାଯ୍ୟରେ କାମ ହେଉଥିବା ଅଭିଯୋଗ କଲେ ମଧ୍ୟ  ବିଭାଗୀୟ ସରକାରୀ ଯନ୍ତ୍ରୀ ବା ବ୍ଳକ ପ୍ରଶାସନ ଶୁଣୁ ନାହାନ୍ତି। ମେସିନ ସାହାଯ୍ୟ ରେ ମାଟି ଖୋଳି ମୁଖ୍ୟ ରାସ୍ତା କଡ଼ରେ ପକାଯାଉଛି ଯେଉଁଥି ପାଇଁକି ଏବେ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଅଳ୍ପ ବର୍ଷା ହେଲେ ରାସ୍ତା କଡ଼ ରେ ଥିବା ମାଟି ମୁଖ୍ୟ ରାସ୍ତା ଉପରେ ଆସି ଜମା ହେଉଛି |  ଏଠି ବଡ଼ ପ୍ରଶ୍ନ ହେଉଛି ଯେ ସରକାରୀ ଯନ୍ତ୍ରୀ ଓ ଠିକାଦାରଙ୍କୁ ଏତେ ସାହସ ହେଉଛି କିପରି? ମୁଖ୍ୟ ରାସ୍ତା କଡ଼ରେ ମେସିନ ଲଗାଇ ଦିନରାତି କାମ କରିବାକୁ ୟାଙ୍କୁ ବଳ ଆସୁଛି କେଉଁଠୁ? କଣ ଉପରସ୍ଥ ଅଧିକାରୀଙ୍କ ଭୟ ଉଠିଯାଇଛି ନା ଉପରସ୍ଥ ଅଧିକାରୀଙ୍କ ଛତ୍ରଛାୟା ରେ ଚାଲିଛି ମିଳିତ ମଧୁଚନ୍ଦ୍ରିକା? ଅନ୍ୟ ପଟେ ନବରଙ୍ଗପୁର  ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ  କଡା ନିର୍ଦ୍ଦେଶ ଅନୁଯାୟୀ ମନରେଗା କାମରେ ମେସିନ୍ ବ୍ୟବହାର କଲେ ତୁରନ୍ତ ବନ୍ଦ କରିବା ସହ ବିଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବ୍ଳକ ପ୍ରଶାସନ ପାଳନ କରୁ ନାହାନ୍ତି। ଆଗାମୀ ଦିନରେ ଯଦି ରୋକ ନ ଲାଗିଲେ ଆହୁରି ଅଧିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବେ ବୋଲି ସାଧରଣରେ ଚର୍ଚ୍ଚା ହେଉଛି।ତେବେ କାହା ଛତ୍ରଛାୟା ତଳେ ରହି ବେଧଡକ୍ ମେସିନ୍ ସାହାଯ୍ୟରେ କାମ କରୁଛନ୍ତି ତାହା ତଦନ୍ତ କରିବା ସହ ଜିଲ୍ଲାପାଳ ହସ୍ତକ୍ଷେପ କରି ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ  ବିରୁଦ୍ଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେଉଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More