ମନମୁଣ୍ଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଲାଞ୍ଚ ନଦେଲେ ହେଉନି ଜମି ମାପ

9

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :-ରାଜ୍ୟ ସରକାର 5T ଡିଣ୍ଡିମ ପିଟୁଥିବା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଚାଲିଛି ଲାଞ୍ଚ କାରବାର। ଜମି ମାପ ପାଇଁ ନେଉଛନ୍ତି ହଜାର ହଜାର ଟଙ୍କା ଲାଞ୍ଚ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ତହସିଲ୍ ଅନ୍ତର୍ଗତ ମନମୁଣ୍ଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଏଭଳି ଲାଞ୍ଚ ନେଉଛନ୍ତି ବୋଲି ମହରଗୁ ମେହେର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସୋନପୁର ଜିଲ୍ଲା ଖରଜୁରା ଗାଁର ମହରଗୁ ମେହେର ତାଙ୍କ ପିତା ଦୀନବନ୍ଧୁ ମେହେରଙ୍କ ନାମରେ ମନମୁଣ୍ଡା ରାଜସ୍ୱ ଅଧିନସ୍ଥ ମାଝିପଡ଼ା ମୌଜାଠାରେ ଥିବା ଜମିକୁ ମାପ ପାଇଁ ବାରମ୍ବାର ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟର କର୍ମଚାରୀ ମାନେ ଯେତେଥର ସେହି ସ୍ଥାନକୁ ମାପ ପାଇଁ ଗଲେ ବିଭିନ୍ନ ଆଳ ଦେଖାଇ ଫେରିଆସୁଛନ୍ତି ଏବଂ ଆସିବା ପରେ ଆମର ଖର୍ଚ୍ଚ ପାଣି ଦିଅକହି ନେଇ ଯାଉଛନ୍ତି ହଜାର ହଜାର ଟଙ୍କା। ଏମିତି ବାରମ୍ବାର ଟଙ୍କା ନେଉଛନ୍ତି ଏବଂ ମୋତେ ହଇରାଣ କରୁଛନ୍ତି ବୋଲି ଗଣମଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ମହରଗୁ ମେହେର। ତେବେ ଏ ସମ୍ପର୍କରେ ଲାଞ୍ଚ ନେଇଥିବା କର୍ମଚାରୀମାନଙ୍କୁ ପଚାରିବାରୁ କ୍ୟାମେରା ଆଗରେ କିଛି କହିବା ପାଇଁ ମନାକରିବା ସହ ମୁହଁ ଆଡେଇ ଚାଲିଯାଇଥିଲେ। ଥରେ ଦେଖନ୍ତୁ ଏ ଦୃଶ୍ୟକୁ ପ୍ରଶ୍ନ ପଚାରିଲେ କିପରି ମୁଁହ ଆଡେଇ ଚାଲିଯାଉଛନ୍ତି କର୍ମଚାରୀ। ଏ ଲାଞ୍ଚ ବାବଦରେ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିବାରୁ ମୋତେ ସେ ଅଭିଯୋଗ କରିଛନ୍ତି ବୋଲି ଖୋଦ୍ ରାଜସ୍ୱ ନିରୀକ୍ଷକ କହୁଛନ୍ତି । ତେବେ ଏ ଲାଞ୍ଚ ବାବଦରେ ଯଦି ରାଜସ୍ୱ ନିରୀକ୍ଷକ ଜାଣିଥିଲେ କାହିଁକି ଚୁପ୍ ବସିଛନ୍ତି ? ନା ଏ ଲାଞ୍ଚରେ ଆର୍,ଆଇ ଙ୍କ ମଧ୍ୟ ଭାଗରହିଛି ତାହା ତଦନ୍ତ କଲେ ଜଣାପଡ଼ିବ। କେବେ କଣ୍ଟାମାଳ ତହସିଲଦାର ଏବଂ ବୌଦ୍ଧ ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେଇ ଲାଞ୍ଚ ନେଇଥିବା କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More