ମନମୁଣ୍ଡା ଠାରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ

11

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : -,, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଠାରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ 75 ଫୁଟ ର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତା ,ଆଶିଷ ସେଠୀ ଓ ଅକ୍ରୁର ବେହେରା ଙ୍କ ତତ୍ତ୍ୱାବଧାନରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ପଦଯାତ୍ରା ଦେଉଳି ଠାରୁ ବାସୁଦେବ ପାଲି ପର୍ଯ୍ୟନ୍ତ ହୋଇଥିବା ବେଳେ ଏଥିରେ ବିଜେପି ଦଳର ଓମ୍ ପ୍ରକାଶ ମିଶ୍ର ଯୋଗଦେଇଥିଲେ।ଏହି ପଦଯାତ୍ରା ରେ ମନ ମୁଣ୍ଡା ଅଞ୍ଚଳର ବରିଷ୍ଠ ବ୍ୟବସାୟୀ ତଥା ସମାଜସେବୀ ଆଶିଷ ସାହୁ ,ସରସ୍ଵତୀ ଶିଶୁ ମନ୍ଦିର ର ସମସ୍ତ ଛାତ୍ର ଛାତ୍ରୀ ତଥା ଗୁରୁଜୀ ଗୁରୁମା ,ମନମୁଣ୍ଡା ର ବ୍ୟବସାୟୀ ସଂଘ ,ଓଡ଼ିଶା ଡ୍ରାଇଭର ମହାସଂଘ ମନମୁଣ୍ଡା ଓ ଆଖପାଖ ଅଂଚଳର ଅନେକ ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ l ମନମୁଣ୍ଡା ପୋଲିସ ଯେପରି ଶାନ୍ତି ଶୃଙ୍ଖଳା ସହ ଏହି ପଦଯାତ୍ରା ସମ୍ପୂର୍ଣ୍ଣ ହେବ ସେଥିପ୍ରତି ନଜର ରଖିବା ସହ ଏହି ପଦଯାତ୍ରା ରେ ସାମିଲ ହୋଇଥିଲା।ଏହି ପଦଯାତ୍ରା ଅନୁଷ୍ଠିତ ହେବା ଫଳରେ ମନମୁଣ୍ଡା ଅଞ୍ଚଳରେ ଦେଶଭକ୍ତି ର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଉକ୍ତ ଅଞ୍ଚଳ।ବୌଦ୍ଧ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More