ମନମୁଣ୍ଡାର ଶୈବ ପୀଠ ଓ ଡେଲି ମାର୍କେଟ ଠାରେ ସ୍ୱଚ୍ଛ ଭାରତ ପକ୍ଷରୁ ମେଗା ସଫେଇ ଅଭିଯାନ

27

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଆଜି ମନମୁଣ୍ଡା ର ଶୈବ ପୀଠ, ଦଧିବାମନ ମନ୍ଦିର ଓ ଡେଲି ମାର୍କେଟ ଠାରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ଏକ ମେଗା ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା l ଶୈବ ପୀଠ ଓ ଶ୍ରୀ ଦଧିବାମନ ମନ୍ଦିର ସଫେଇ ପରେ ମନମୁଣ୍ଡାର ଡେ଼ଲିମାର୍କେଟ ଓ ଦଧିବାମନ ମହାପ୍ରଭୁଙ୍କ ସମ୍ମୁଖରେ ଜମି ଥିବା ଦୀର୍ଘ ମାସର ପଚା ଷଢା ଅଳିଆ ଆବର୍ଜନା ସବୁକୁ ସ୍ବେଛାସେବୀ ମାନେ ସଫାକରି ମାର୍କେଟ ବ୍ୟବସାୟୀ ଓ ପାଖ ପଡୋଶୀ ଲୋକଙ୍କୁ ପରିବେଶ ସ୍ୱଚ୍ଛ ରହିଲେ ସମସ୍ତେ ସୁସ୍ଥ ରହିବା ବୋଲି ସଚେତନ କରାଇଥିଲେ lଏବଂ ଖୋଦ ଜଗନ୍ନାଥ ମହାପ୍ରଭୁ ଙ୍କ ଶମ୍ବୁଖରେ ଗଦା ଗଦା ଅଳିଆ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ କୁ ଦେଖି ସମସ୍ତ ସ୍ବେଛାସେବୀ ଆଶ୍ଚର୍ଯ୍ୟ ଓ ବିସ୍ମିତ ପ୍ରକାଶ କରି ଥିଲେ l ଏହି ସ୍ଥାନରୁ ଫୋନରେ ଯୋଗାଯୋଗ ହୋଇ ପାରି ନ ଥିବାରୁ ଏ ବିଷୟ ରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳି ପାରି ନଥିଲା l ସ୍ଥାନୀୟ ବୁଦ୍ଧିଜୀବୀ ତଥା ସମାଜ ପ୍ରତିନିଧି ବୈଦ୍ୟନାଥ ହୋତା ଙ୍କୁ ସ୍ବେଛାସେବୀ ମାନେ ଏ ବିଷୟ ଜଣାଇ ପଂଚାୟତ ମାଧ୍ୟମରେ ଏ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଥିଲେ l ଯେଉଁ ବୌଦ୍ଧ ଜ଼ିଲ୍ଲା କୁ ଅଗ୍ରଣୀ ଜ଼ିଲ୍ଲା ଭାବେ ଗଢିବାରେ ଜ଼ିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ଦୀର୍ଘ ବର୍ଷରୁ ଅନେକ ସୃଜନାତ୍ମକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଏବଂ ମନମୁଣ୍ଡା ପଞ୍ଚାୟତକୁ ବ୍ଲକ ଗଠନ ଲାଗି ଦୀର୍ଘ ବର୍ଷର ଦାବୀ ତାହା ମଧ୍ୟ ସ୍ୱାଗତ ଯୋଗ୍ୟ ଅଟେ l ହେଲେ ଏଠି ପ୍ରଶ୍ନ ଉଠେ ଯେ ସୁବର୍ଣ୍ଣପୁର ଓ ବୌଦ୍ଧ ଉଭୟ ଜ଼ିଲ୍ଲାର ମୁଖଶାଳା ଭାବେ ପରିଚିତ ଏହି ମନମୁଣ୍ଡାର ଚାରି ପାଖକୁ ଚାକ ଚକ୍ୟ କରିବାକୁ ରାଜ୍ୟ ସରକାର ବିଭିନ୍ନ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଥିବା ଏହି ସହରର ଭିତର ଅବସ୍ଥା ଵା ଦୃଶ୍ୟ ବାସ୍ତବରେ କିନ୍ତୁ କିଛି ଅଲଗା l ଏ ମନମୁଣ୍ଡା ସହରକୁ ଓ ଜ଼ିଲ୍ଲାକୁ ସୁନ୍ଦର ଓ ସମୃଦ୍ଧଶୀଳ କରିବାକୁ ଆଗେ ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ହେବ l ଆଉ ଏଥିପାଇଁ ପବ୍ଲିକ, ପ୍ରଶାସନ ଓ ସ୍ବେଛାସେବୀଙ୍କ ମିଳିତ ସହଯୋଗ ଜରୁରୀ l ସ୍ୱଚ୍ଛ ଭାରତ ର ସଭାପତି ଲଷ୍ମୀ ନାରାୟଣ ମେହେର ଙ୍କ ପରାମର୍ଶ କ୍ରମେ ସଂଘର ଅନ୍ୟତମ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମଙ୍କ ତତ୍ୱାବଧାନ ଓ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସଦସ୍ୟ ଗରିବ ଲୋଇ, ବୃନ୍ଦାବନ ରଥ, ଅନନ୍ତରାମ ପାଣିଗ୍ରାହୀ, ଇନ୍ଦୁମତୀ ପୁରୋହିତ, ଗଣେଶ ମିଶ୍ର, ପ୍ରମୋଦ କୁମାର ସାହୁ, ତରଣୀ ମେହେର, ଜୟନ୍ତୀ ରଥ, ମନୋଜ ପଣ୍ଡା, ପ୍ରଫୁଲ୍ଲ ନାଏକ, ସିମାଞ୍ଚଳ ହୋତା, ଚୌଧୀରି ବିଭlର, ନାରାୟଣ ରଥ, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ଅମର ଭୁତ, ଡା. ସରୋଜ ପଟେଲ, ସୁଶାନ୍ତ ସାହୁ,ଆନନ୍ଦ ସାହୁ, କ୍ରିଷ୍ଣା ମେହେର, ମିସ ସଂଗୀତା,ପ୍ରମୁଖ ସହଯୋଗ କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More