ମନଇଚ୍ଛା ଜରିମାନା ଆଦାୟକୁ ବିରୋଧ କରି ଆରଟିଓ ଅଫିସ ଘେରାଉ

16

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କେତେକ କାର୍ଯ୍ୟକଳାପକୁ ନାପସନ୍ଦ କରି ପାରଳାଖେମୁଣ୍ଡିର ଯୁବ ଗୋଷ୍ଠୀ ପରିବହନ ଅଧିକାରୀ ସାନ୍ତୁନୁ ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି। ସହରରେ କିଛି ଦିନ ହେଲା ବିଭାଗ ପକ୍ଷରୁ ମନ ଇଚ୍ଛା ଅଧିକରୁ ଅଧିକ ଜରିମାନା ଆଦାୟ କରାଯାଉଥିବାରୁ ଯୁବ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି। ବିଭାଗୀୟ କର୍ମଚାରୀ ମାନେ କୌଣସି ଯାଞ୍ଚ ନକରି ଲୁଚି ଛପି ବିଭିନ୍ନ ଗାଡିର ଫୋଟ ଉଠାଇ ନେଇ ଜରିମାନା ସମ୍ପର୍କରେ ମୋବାଇଲ ଫୋନକୁ ମେସେଜ ପଠାଉଛନ୍ତି। ବିଶେଷ କରି ଦୁଇ ଚକିଆ ଯାନ ଗୁଡିକ ଉପରେ କେବଳ ଫୋଟ ଉଠାଇ 5 ହଜାର ଟଙ୍କାରୁ ଉର୍ଦ୍ଧ୍ବ ଜରିମାନା ପକାଇଛନ୍ତି। ଯଦି ଜଣେ ହେଲମେଟ ପରିଧାନ କରି ନଥିବ ଏବଂ ତାର ସମସ୍ତ କାଗଜପତ୍ର ଠିକ ଥିବ ସେଠାରେ ବି 5 ହଜାରରୁ ଉର୍ଦ୍ଧ୍ବ ଜରିମାନା କରାଯାଉଥିବା ସମ୍ପର୍କରେ ଅଭିଯୋଗ କରିଥିଲେ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଲାଗି ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଦାବି ହୋଇଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More