ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ କାଠ ଆଣିବାକୁ ଯାଇ ଛାତ୍ରର ମୁଣ୍ଡରେ ଆଘାତ, ହରଡ ଘଣାରେ ଶିକ୍ଷୟତ୍ରୀ

23

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ତେନ୍ତୁଳୀଖୁଣ୍ଟି ବ୍ଲକ କୁକୁଡ଼ା ବାଇ ପଞ୍ଚାୟତ କବାଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍କୁଲର ଛାତ୍ର, ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ଶିକ୍ଷୟତ୍ରୀ ବିଭିନ୍ନ କାମରେ ଲଗାଉଥିବାର ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀଙ୍କ ପରିବାର। ଗତକାଲି ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲର ଶିକ୍ଷୟତ୍ରୀ ସଂଯୁକ୍ତା ଦିଦି ୫ ମଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ରୋଷଇ କରିବା ପାଇଁ କାଠ ଭାଙ୍ଗି ବାକୁ କହିଥିଲେ।ପିଲାମାନେ କାଠ ଭାଙ୍ଗିବା ସମୟରେ ଦୁର୍ଘଟଣା ଘଟିଲା, ଯାହା ପଳରେ ପଞ୍ଚମ ଶ୍ରେଣୀର ଛାତ୍ରର ମୁଣ୍ଡ ଫାଟି ରକ୍ତାକ୍ତ ହେଇଥିଲା। ଅନ୍ୟ ଛାତ୍ରୀ ଆଘାତ ହେଇଥିଲା । ପରେ ତାଙ୍କର ପରିବାର ଲୋକଙ୍କୁ ଡାକି ପିଲାଙ୍କୁ ମେଡିକାଲ ନେବାକୁ କହିଥିଲେ । ସ୍କୁଲ ଶିକ୍ଷୟତ୍ରୀ ଏତେବଡ଼ ଘଟଣାକୁ ନେଇ ତାଙ୍କର ମନରେ ଦୟା ମନୋଭାବ ମଧ୍ୟ ଆସିନାହିଁ । ଛୋଟ ପିଲାମାନଙ୍କୁ କାଠ ଆଣିବାପାଇଁ ଦିଦି ପଠାଇବା କେତେ ଯୁକ୍ତି ଯୁକ୍ତ ତାହା ବିଚାର ଯୋଗ୍ୟ। କେଉଁଠି ରହିଛି ଏହି ନିୟମ,ତାହା ସମ୍ପ୍ରୁକ୍ତ ଦିଦି ଜଣେଇବେ କି? ସ୍କୁଲ ପିଲା ମାନଙ୍କୁ ଯଦି ବଡ଼ ଦୃଘଟଣା ଘଟେ ତାହାହେଲେ ଦାୟୀ କିଏ ହେବେ । ସ୍କୁଲ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଛାତ୍ର ଛାତ୍ରୀଙ୍କ ପରିବାର ଏବଂ କଂଗ୍ରେସର ନଗର ସଭାପତି ଶ୍ରୀ ଦେବକାନ୍ତ ପଣ୍ଡା ଦାବିକରିଛନ୍ତି ଏବଂ ଏ ସମ୍ପର୍କରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର ଜିଲ୍ଲାପାଳ, ତେନ୍ତୁଳୀଖୁଣ୍ଟି ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି । ଯଦି ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ ନକଲେ, ଜିଲ୍ଲା ଶିକ୍ଷା ଅଧିକରୀଙ୍କ କାର୍ଯାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଜଣାଇଛନ୍ତି ଗ୍ରାମବାସୀ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More