ମଧୁମାଧଵ ତୀର୍ଥରେ ଶ୍ରୀ ରାମ ନବମୀ ମହୋତ୍ସବ ପାଳିତ

28

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଗୁଡାହାଣ୍ଡି ଡୋକାରିଚଞ୍ଚରା ମଧ୍ୟରେ ରହିଥିବା ପୌରାଣିକ କିମ୍ବଦନ୍ତୀ ବହନ କରିଥିବା ମଧୁମାଧଵ ତୀର୍ଥ କ୍ଷେତ୍ରରେ ଆଜି ଠାରୁ ଶ୍ରୀ ରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ର ଶୁଭାରମ୍ଭ ହୋଇଯାଇଛି । ୧୯୭୨ ମସିହାରୁ ଏହି ମଧୁମାଧଵ ପୀଠରେ ଶ୍ରୀରାମ ନବମୀ ମହୋତ୍ସବ ହୋଇ ଆସୁଛି । କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ପରିବେଶ ମଣ୍ଡିତ ଅତି ମନୋରମ ସ୍ଥାନରେ ରହିଛି ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର, ପୌରାଣିକ କଥାବସ୍ତୁ ଓ ଲୋକଶୃତି ଅନୁସାରେ ଶ୍ରୀରାମ ବନବାସ ସମୟରେ କିଛି ମୁହୂର୍ତ୍ତ ଏହି ଜଙ୍ଗଲ ମଧ୍ୟରେ ଅତିବାହିତ କରିଥିଲେ । ଯାହାର କିଛି ପାଦ ଚିଂହ୍ନ ଆଜି ମଧ୍ୟ ଏହି ମଧୁମାଧଵ ତୀର୍ଥରେ ରହିଥିବା ନେଇ ଅଞ୍ଚଳର ବୁଦ୍ଧିଜୀବୀ ମାନେ ମତ ରଖନ୍ତି । ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ରାମ ନବମୀ ମହୋତ୍ସବ ପାଇଁ ଉନ୍ନୟନ କମିଟି ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସହ ପର୍ଯ୍ୟଟନସ୍ଥଳିର ସୌନ୍ଦର୍ଯ୍ୟ ପରିବେଶକୁ ଲୋକାରଣ୍ୟ କରିଛି । ବିଗତ ୨ ବର୍ଷ କୋଭିଡ କଟକଣା ଯୋଗୁ ମହୋତ୍ସବ ବନ୍ଦ ରହିଥିଲା । ଆଜି ଶ୍ରୀରାମ ନବମୀ ମହୋତ୍ସବରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଧର୍ମଗଡ଼ ବିଧାୟକ ମୌଷଧି ବାଗ ସମେତ କଳାହାଣ୍ଡି ବିଜେଡିର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ସମେତ ଜିଲ୍ଲା ପରିଷଦର ଅନେକ ସଭ୍ୟ ଉପସ୍ଥିତ ରହିଥିଲେ ।କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଞ୍ଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More