ମଦ ସହିତ ସ୍କୁଟି ଜବତ ୨ ଗିରଫ

11

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ନିର୍ବାଚନ ପୂର୍ବରୁ ଅବକାରୀ ଚଢ଼ାଉ କରାଯାଇଛି। ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ଶ୍ରୀମତୀ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧାମନଗର ଥାନା ଅନ୍ତର୍ଗତ ବ୍ଲକ ଛକ, ଧାମନଗର ଛକ, ଦୋବଲ ବଜାର, ଖଡ଼ିପଦା ଏବଂ ଧୂଷୁରୀ ଥାନା ଅନ୍ତର୍ଗତ ଅସୁରାଳି ବଜାର, କୋଠାର ଓ ଗୁଡ଼ିପୋଖରୀ ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ୧୦ ଲିଟର ଆସ୍କା ଫର୍ଟି ମଦ, ୪ ଲିଟର ବିଦେଶୀ ମଦ ଓ ଗୋଟିଏ ଟିଭିଏସ ଜୁପିଟର ସ୍କୁଟି (ଓଡି-୨୨ଏସ -୨୧୬୯) ଜବତ କରିବା ସହିତ ମୋଟ ୨ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଖଡ଼ିପଦା ଗ୍ରାମର ମନୋଜ କୁମାର ନନ୍ଦ ଓ ଧୂଷୁରୀ ଥାନା ଅନ୍ତର୍ଗତ ଗୁଡ଼ିପୋଖରୀ ଗ୍ରାମର କରୁଣାକର ବେହେରା l ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୨ ଗୋଟି ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More