ମାହାଙ୍ଗା ( ସଂଘର୍ଷ ମିଡିଆ ) : ବିବାଦୀୟ ମନ୍ତବ୍ୟ ପରିବେଷଣ କରିଥିବାରୁ କିଛି ସାମାଜିକ ଗଣ ମାଧ୍ୟମ ନାମରେ ଅଭିଯୋଗ କଲେ ଗ୍ରାମବାସୀ । ଏପରି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡିର ଇଟାମୁଣ୍ଡଳୀ ଗ୍ରାମରେ । ଗତ ଅଠର ତାରିଖରେ ଏହି ଗ୍ରାମର ମଦ ମାଫିଆ ଅଲେଖ ଜେନା ପରିବାର ଲୋକ ମାନେ ଅଲେଖର ପ୍ରେମିକାଙ୍କୁ ମାଡ଼ ମାରି ନିକଟସ୍ଥ କେନାଲରେ ଫିଙ୍ଗିଦେଇଥିବା ନେଇ ଫାଣ୍ଡିରେ ପୀଡିତା ଯୁବତୀ ଅଭିଯୋଗ କରିଥିଲେ। ଅଭିଯୋଗର ୮ ଦିନ ପରେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହେବା ସହ ଫେରାର ଅଛି କହି ବାହାନା କରୁଥିବାବେଳେ ଅଭିଯୁକ୍ତ ଅଲେଖର ଏକ ପ୍ରତିକ୍ରିୟା ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା । ଯୋଉଥିରେ ଗ୍ରାମବାସୀମାନେ ପୀଡିତା ଯୁବତୀକୁ କେନାଲରେ ଫୋପାଡ଼ିଦେଇ ତାଙ୍କ ନା ଅଭିଯୁକ୍ତ ଅଲେଖ କହିଥିଲା, ଏହି ମନ୍ତବ୍ୟକୁ ନେଇ ଆଜି ଇଟାମୁଣ୍ଡଳୀ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗ୍ରାମବାସୀମାନେ ଲଳିତଗିରି ନିଶ୍ଚନ୍ତ କୋଇଲି ମୁଖ୍ୟ ରାସ୍ତାକୁ ଅବରୋଧ କରି ଏହି ଭିଡିଓ ଭାଇରଲ ଘଟଣାର ତଦନ୍ତ କରିବା ସହ ମଦ ମାଫିଆକୁ ଗିରଫ ଓ ସଂପୃକ୍ତ ଖବର ପ୍ରସାରଣକାରୀ ଚାନେଲ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିକରି ସକାଳୁ ଧାରଣାରେ ବସିଥିଲେ । ଖବର ପାଇ ଆଇ ଆଇସି ରଞ୍ଜନ ପ୍ରଧାନଙ୍କ ନିର୍ଦେଶ କ୍ରମେ ଫାଣ୍ଡି ଅଧିକାରୀ ତପନ ନାୟକ ଘଟଣା ସ୍ଥଳରେ ପହଂଚି ଧାରଣା ରତ ଗ୍ରାମବାସୀଙ୍କୁ ବୂଝାସୁଝାକରି ଅଭିଯୁକ୍ତକୁ ତୁରନ୍ତ ଧରାଯିବ ବୋଲି ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଦେଖିବାକୁ ବାକି ରହିଲା ପୋଲିସ ମଦ ମାଫିଆ ଅଲେଖକୁ କେବେ ଗିରଫ କରୁଛି ।