ମଦ ବ୍ୟବସାୟ ବନ୍ଦ କରିବାକୁ ନେଇ ତାତିଲେ ମହିଳା ଗୋଷ୍ଠୀ

10

Get real time updates directly on you device, subscribe now.

କନ୍ଧମାଳ( ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର କୁମ୍ଭାର ଖାଡ଼ି ଗ୍ରାମରେ ବିଷାକ୍ତ ମଦ ପିଇ ଦୁଇ ମୃତ୍ୟୁ । ସେମାନେ ହେଲେ ବୁଗି ପ୍ରଧାନ ଓ ବିକ୍ରମ ପ୍ରଧାନ। ଏଥିପ୍ରତି ଦୃଷ୍ଟି ରଖି ମହିଳା ଗୋଷ୍ଠୀ କୁମ୍ଭାର ଖାଡ଼ି ଗ୍ରାମରେ ସମ୍ପୂର୍ଣ୍ଣ ନିଶା ମୁକ୍ତ କରିବା ପାଇଁ ଘର ଘର ବୁଲି ଚେତାବନି ଦେଇଥିଲେ । କିନ୍ତୁ ମଦ ମାଫିଆ,ଓଡ଼ିଶା ପୋଲିସ ଓ ଏକ୍ସସାଇଜ ପୋଲିସ ଲୋକଙ୍କ ଠାରୁ ମାସିକ ୧୦ ରୁ ୨୦ ହଜାର ଟଙ୍କା ବଟି ଫିକ୍ସି କରି ଚଲାଇଥିଲା ମଦର କଳା ବଜାର । ଏହି ଗ୍ରାମଟିର ଚାରିପଟେ ଜଙ୍ଗଲ,ପାହାଡ଼, ପର୍ବତ ଓ ଗମନା ଗମନ ର ସୁବିଧା ନଥିବା ଯୋଗୁଁ ଲୋକଙ୍କୁ ମଦ ଆଣିବା ପାଇଁ ଅନୁମତି ଦେଇ ଓଡ଼ିଶା ପୋଲିସ ଓ ଏକ୍ସସାଇଜ ପୋଲିସ ଏହି ଗ୍ରାମର ମଦ ବ୍ୟବସାୟ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରି ଆସୁଥିଲା । ଏହି ଗ୍ରାମକୁ ଗଞ୍ଜାମ ଜିଲ୍ଲାର ସୋରଡ଼ା, ଭଞ୍ଜନଗର,ଆସିକା, ବ୍ରହ୍ମପୁର,ଓ କନ୍ଧମାଳ ଜିଲ୍ଲାରୁ କୋରଡା,ମାଲାଗୁଡ଼ା,ରାଇକିଆ,ନୂଆଗାଁ,ବାଲିଗୁଡ଼ା,କଳିଙ୍ଗା,ବିଭିନ୍ନ ଗ୍ରାମରୁ ଓ ଜିଲ୍ଲା ବାହାରୁ ମଦ ବ୍ୟବସାୟି ମାନେ ମଦ କିଣିବା ପାଇଁ ଆସୁଥିଲେ । କିନ୍ତୁ କୁମ୍ଭାର ଖାଡ଼ି ଗ୍ରାମରେ ଦୁଇ ମଦରେ ମୃତ୍ୟୁ ପରେ ମହିଳା ଗୋଷ୍ଠୀ ବାରମ୍ବାର ବୈଠକ କରି ମଦ ବନ୍ଦ କରିବା ପାଇଁ ଚେତାବନୀ ଦେଇଥିବା ବେଳେ କିଛି ଅସାମାଜିକ ଲୋକ ମଦ ଆଣି ବ୍ୟବସାୟ କରିବା ପାଇଁ ଜିଦି ଧରିଥିଲେ । ଶିଖବାଡ଼ି ଓ କୁମ୍ଭାରଖାଡ଼ି ଗ୍ରାମର ମହିଳା ମାନେ ଲିଖିତ ଅଭିଯୋଗ ରାଇକିଆ ଥାନାରେ କଲାପରେ ଫୁଲବାଣୀ ଏସିପି ଶ୍ରୀ ଭିନିତ ଅଗ୍ରବାଲ ଓ ଜି ଉଦୟଗିରି ଏସଡିପିଙ୍କ ନିର୍ଦେଶରେ ରାଇକିଆ ଥାନା ଅଧିକାରୀ ଶ୍ରୀ ତପନ ତରୁନ ବେହେରା କୁମ୍ଭାର ଖାଡ଼ି ଗ୍ରାମର ମୁଖ୍ୟ ମଦ ବେପାରୀ ଭାସ୍କର ନାୟକ ଙ୍କ ଦୋକାନରୁ୨୦୦କିଲୋ ମହୁଲ ଜବତ କରି ତାଙ୍କ ବଡ଼ ପୁଅ ବୁଲୁ ନାୟକ ଓ ଅଟୋ ଡ୍ରାଇଭର ଅଚୁତାନନ୍ଦ ଦିଗାଳଙ୍କୁ ୫୭/୨୦ ଧାରା ଅନୁଯାୟୀ କୋର୍ଟ ଚାଲାଣ କରିଛି । ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଏହି ପରିବାରର କିଛି ସଦସ୍ୟ ମାନେ ପ୍ରତିଷଧ ପରାୟଣ ହୋଇ ରାଇକିଆ ଥାନା ଅଧିକାରୀ ତପନ ତରୁନ ବେହେରା ଓ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସର୍ବସାଧାରଣ,ହୀରାଞ୍ଚଳ, ସମାଜ,ନିତିଦିନ,ଓଡ଼ିଶା ଟିଭିର ସାମ୍ବାଦିକ ମାନଙ୍କୁ ହତ୍ୟା କରାଯିବ ବୋଲି ସଙ୍ଘର୍ଷ ନିୟୁଜର ସାମ୍ବାଦିକଙ୍କୁ ଦୃଢ କଣ୍ଠରେ ସୁଚନା ଦେବା ସହ ତଦନ୍ତ କରୁଥିବା ଦେଖିବାକୁ ମିଳିଛି। କନ୍ଧମାଳରୁ ଜିଲ୍ଲା ପ୍ରତିନିଧି ଗୁପ୍ତ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More