ମଦ୍ୟପ ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କଲେ ପୁରୀ ଆରଟିଓ

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ପୁରୀ ମଙ୍ଗଲଘାଟ ଛକ ନିକଟରେ ପୋଲିସ ଏବଂ ଆରଟିଓ କର୍ମଚାରୀଙ୍କ ମିଳିତ ଚଢ଼ାଉ ବେଳେ ଅଳ୍ପ ଦୂରରେ ଗୋଟିଏ ସଡକ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଉପରୋକ୍ତ ସ୍ଥାନକୁ ଦୌଡ଼ି ଯାଇ ଉଭୟେ ପୋଲିସ ଏବଂ ଆରଟିଓ କର୍ମଚାରୀ ମାନେ ଦେଖିଲେ ଯେ, ଜଣେ ଯୁବକ ମଦ୍ୟପାନ କରି ତାଙ୍କର ଦୁଇ ଚକିଆ ଯାନକୁ ଅବହେଳିତ ଢଙ୍ଗରେ ଅତି ଦ୍ରୁତଗତିରେ ଚଲାଇ ଗୋଟିଏ ଷଣ୍ଢ ସହ ମୁହାଁମୁହିଁ ଧକ୍କା କରିଥିଲା। ଯାହା ଦ୍ୱାରା ଉପରୋକ୍ତ ଯୁବକ ଜଣଙ୍କ ତାଙ୍କ ଗାଡିରୁ ଖସିପଡି ଗୁରୁତର ଆହତ ହୋଇଥିଲେ। ସେଠାରୁ ସଂଗେ ସଂଗେ ତାଙ୍କୁ ପୋଲିସ୍ ପିସିଆର ଯୋଗେ ଆରଟିଓ ରବୀନ ପଟ୍ଟନାଏକ ସଦର ମୁଖ୍ୟ ଚିକିତ୍ସ୍ୟଳୟକୁ ନେଇଯାଇଥିଲେ। ସୂଚନାଯୋଗ୍ୟ ଆହତ ଯୁବକ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More