ମଦ୍ୟପ ନୃସଂଶ ବାପାର ଉନ୍ମତ୍ତ କାଣ୍ଡ: କୋଦାଳରେ ୨୨ ବର୍ଷର ପୁଅକୁ ହତ୍ୟାକରି ଥାନାରେ ଆତ୍ମସମର୍ପଣ

9

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ମଦ୍ୟପ ବାପାର ଉନ୍ମତ୍ତ କାଣ୍ଡ l ଗୋଟିଏ କୋଦାଳ ରେ ନିଜର ୨୨ ବର୍ଷର ପୁଅକୁ ହତ୍ୟା କରି ଆତ୍ମ ସମର୍ପଣ କରିଛି ବାପା l ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ ଥିବା ବେଙ୍ଗଲୀ ଖଣ୍ଡା ଗ୍ରାମରେ l ଗତକାଲି ରାତ୍ରି ଅନ୍ୟୁନ ୧୧ ଘଣ୍ଟା ସମୟରେ ବିପୁଳ ରାୟ ଅତ୍ୟଧିକ ମଦ୍ୟପାନ କରିଥିବା ବେଳେ ତାଙ୍କ ପୁଅ ସମୀରନ ରାୟ (୨୨)ଗୋଟିଏ କୁକୁଡା ଦୋକାନରେ କାମ ସାରି ଘରକୁ ଫେରିଥିଲେ l ସେହି ସମୟରେ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତି ତର୍କ ହେବାରୁ ବାପା ବିପୁଳ ରାୟ ରାଗି ଯାଇ ନିକଟରେ ଥିବା ଏଜ କୋଦାଳରେ ପୁଅ ସମୀରନଙ୍କ ବେକରେ ବାରମ୍ବାର ପ୍ରହାର କରିବାରୁ ଘଟଣା ସ୍ଥଳରେ ହିଁ ସମୀରନ ଙ୍କ ମୃତ୍ୟୁ ଘଟିଥିଲା l ମଦ୍ୟପ ନୃସଂଶ ବାପା ବିପୁଳ ରାୟ ସମୀରନ ଙ୍କ ମୃତ୍ୟୁ ପରେ ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି l ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More