ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଦେଶରେ ପ୍ରତିବର୍ଷ ଦୁର୍ଘଟଣା ସଂଖ୍ୟା ୧୪ହଜାରରୁ ଅଧିକ

10

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ନ୍ୟୁଜ୍) : ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଦେଶରେ ପ୍ରତିବର୍ଷ ଦୁର୍ଘଟଣା ସଂଖ୍ୟା ୧୪ହଜାରରୁ ଅଧିକ । ସରକାର ମଦ୍ୟପାନ କରି ଗାଡ଼ି ଚାଳନା ନ କରିବା ପାଇଁ ଯାବତୀୟ ସତର୍କ ସୂଚନା ଜାରି କରିଛନ୍ତି । ଏଥିପାଇଁ ଜୋରିମାନା ଓ ଲାଇସେନ୍ସ ରଦ୍ଦ କରି ମଧ୍ୟ ପଦକ୍ଷେପ ନିଆଯାଉଛି । ମାତ୍ର ଏହା ସତ୍ୱେ ଗାଡ଼ି ଦୁର୍ଘଟଣା ହ୍ରାସ ପାଇନାହିଁ । ଏକ ରିପୋର୍ଟ ଅନୁସାରେ ମଦ୍ୟପାନ ଜନିତ ଗାଡ଼ି ଦୁର୍ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ଦ୍ୱିତୀୟ । ପ୍ରଥମ ସ୍ଥାନରେ ଉତ୍ତରପ୍ରଦେଶ ଥିବାବେଳେ ଏହା ପଛକୁ ରହିଛି ଓଡ଼ିଶା ଏବଂ ଏହାପରେ ଆନ୍ଧ୍ରପ୍ରଦେଶର ସ୍ଥାନ । ଗତ ୩ ବର୍ଷର ପରିସଂଖ୍ୟାନ ଦେଖିଲେ ଉତ୍ତରପ୍ରଦେଶରେ ଗତ ୩ ବର୍ଷରେ ଏହି ସଂଖ୍ୟା ୩୦୦୦ ଅତିକ୍ରମ କରିଛି । ୨୦୧୯ରେ ତ ଏହି ସଂଖ୍ୟା ୪୫୦୦ରେ ପହଞ୍ଚିଯାଇଛି । କେବଳ ୟୁପିରେ ଗତ ୩ ବର୍ଷ ମଧ୍ୟରେ ଏହି ଧରଣର ୧୧.୫ ହଜାର ଅଧିକ ଦୁର୍ଘଟଣା ଘଟିଛି । ଅନ୍ୟପକ୍ଷରେ ଯଦି ଓଡ଼ିଶାର କଥା କୁହାଯାଏ ତେବେ ଗତ ୩ ବର୍ଷରେ ଓଡ଼ିଶାରେ ମଦ୍ୟପାନ ଜନିତ ଦୁର୍ଘଟଣା ସଂଖ୍ୟା ୪ ହଜାରରୁ ଅଧିକ । ସେହିିପରି ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ୨୫ ଶହରୁ ଅଧିକ ରହିଛି । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ଦିଲ୍ଲୀ ଓ ମୁମ୍ବାଇ ପରି ମେଟ୍ରୋ ସହରରେ ମଦ୍ୟପାନ ଜନିତ ଦୁର୍ଘଟଣା ସଂଖ୍ୟା ଯଥେଷ୍ଟ କମ୍ । ଦିଲ୍ଲୀରେ ଗତ ୩ ବର୍ଷ ମଧ୍ୟରେ ମଦ୍ୟପାନ ଜନିତ ଦୁର୍ଘଟଣା ସଂଖ୍ୟା ୬୭୫ ହୋଇଥିବାବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୩୫୦ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More