ମଦକୋଠି ବନ୍ଧ ପାଇଁ ବହଳପଦର ଗ୍ରାମବାସୀଙ୍କ ଦାବି

10

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦୋହେଲପଡା ଓ ବହଳପଦର ଗାଁରେ ବେଆଇନ ମଦ ବିକ୍ରୀକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି l ଗ୍ରାମରେ ଛୋଟ ବୟସରୁ ଯୁବପିଢ଼ି ମଦ ପିଉଥିବା ଗ୍ରାମରେ ଦେଖିବାକୁ ମିଳୁଛି l ଗାଁରେ ମଦଭାଟି ଥିବାଦ୍ଵାରା ଗ୍ରାମର ଅନେକ ଲୋକ ମଦୁଆର ଶିକାର ହେଉଥିବା ଅଭିଯୋଗ ହେଉଛି l ଏମିତିକି ସ୍ୱାମୀ ମଦ ପିଇ ସ୍ତ୍ରୀ ସାଙ୍ଗରେ ଝଗଡା ହେଉଥିବା ବେଳେ କରୋନା ପାଇଁ ଘରଚଳିବାକୁ ପଇସାର ଅଭାବ ହେଉଛି ବୋଲି ଅଭିଯୋଗ ହେଇଛି l ମଦ ପାଇଁ ଗ୍ରାମର ଅନେକ ପରିବାର ବର୍ବାଦ ହେବାରେ ଲାଗିଲେଣି l ଏନେଇ ଗ୍ରାମବାସୀ ଖଡ଼ିଆଳ ଥାନା ଅଧିକାରୀ ଓ ଅବକାରୀ ନୀରିକ୍ଷକଙ୍କୁ ମଦକୋଠି ବନ୍ଧ କରିବାକୁ ଲିଖିତଭାବେ ବାରମ୍ବାର ଦେବା ସତ୍ୟେ ମଧ୍ୟ କିଛି କାର୍ଯ୍ୟନୁଷ୍ଠlନ ଗ୍ରହଣ କରୁନଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି l ବହଳପଦର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବକ ସଂଘର କର୍ମକର୍ତା ରିସଗାଁରେ ଥିବା ମଦଭାଟି ମାଲିକଙ୍କୁ ଭେଟି ମଦକୋଠି ବନ୍ଦ କରିବାକୁ ମଧ୍ୟ କହିଥିଲେ l ସେ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ବନ୍ଦ ହୋଇପାରିନାହିଁ l ଏନେଇ ଖଡ଼ିଆଳ ଥାନା ଅଧିକାରୀ ଓ ଅବକାରୀ ନିରୀକ୍ଷକଙ୍କୁ ଲିଖିତ ଭାବରେ ଦାବି କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି l ଅପରପକ୍ଷ୍ୟରେ ଆଗାମୀ ଦିନରେ ପ୍ରଶାସନ ଯଦି ନ ଶୁଣିବ ଆନ୍ଦୋଳନ କରି ଗ୍ରାମରେ ବେଆଇନ ମଦ ବିକ୍ରୟ କରୁଥିବା କୋଠିକୁ ଜାଳିପୋଡି ପାଉଁଶ କରିଦେବୁ ବୋଲି ଗ୍ରାମବାସି ଚେତାବନୀ ଦେଇଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More