ମତିଷ୍କ ବିକୃତ ମାନଙ୍କୁ ପ୍ରଶାସନର ସାହାଯ୍ୟ

28

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୈରପରିଷଦ ୨୦ ନଂମ୍ବର ୱଡ ବେଲତଳ ଗ୍ରାମର ରମାନାଥ ବେହେରା ଓ ଧର୍ମପତ୍ନୀ ସଞୁକ୍ତା ବେହେରା ଙ୍କ ଦୁଇଟି ପୁତ୍ର ସଂଗ୍ରାମ ବେହେରା ୩୧ ବର୍ଷ, ଅମିତ୍ ବେହେରା ୨୮ବର୍ଷ ଓ ଝିଅ ବିଜୟା ଲକ୍ଷ୍ମୀ ବେହେରା। ରମାନାଥଙ୍କ ଅଭାବ ଅନାଟନ ଭିତରେ ଥିଲେ ମଧ୍ୟ ରମାନାଥ ପାଞ୍ଚଜଣଙ୍କୁ ନେଇ ପରିବାର ବେସ୍ ଆନନ୍ଦରେ ରହୁଥିଲେ। ରମାନାଥଙ୍କ ଖୁସି ଭଗବାନ ବେସିଦୀନ ସହିପାରିଲେ ନାହିଁ। ଗତ କିଛି ବର୍ଷ ହେବ ଦଇବ ଦାଉ ସାଜିଲା ଭଳି ରମାନାଥଙ୍କ ସାନପୁଅ ଅମିତ୍ ବେହେରାଙ୍କ ମତିଷ୍କ ବିକୃତି ହେବାରେ ଲାଗିଲା। ବହୁତ ଡାକ୍ତର ଦେଖାଇ ଥିଲେ କିନ୍ତୁ ଠିକ୍ ହୋଇନଥିବା ବେଳେ ବଡ଼ପୁଅ ସଂଗ୍ରାମ ବେହେରା +୨ ରେ ପାଠପଢୁଥିବା ବେଳେ ସଂଗ୍ରାମ ଙ୍କ ମୁଣ୍ଡଖରାପ ହୋଇଥିଲା ଓ ପରେ ସାନ ଝିଅ ବିଜୟା ଲକ୍ଷ୍ମୀ +୨ ପଢା ସରିବାପରେ ଝିଅ ବିଜୟା ଲକ୍ଷ୍ମୀ ଙ୍କ ମୁଣ୍ଡ ବିଗିଡି ବାକୁ ଲାଗିଲା। ଝିଅର ପାଗଳାମି ଦେଖି ବାପା ରମାନାଥ ସମ୍ପତ୍ତି ବିକ୍ରିକରି ବହୁତ ଡାକ୍ତରଙ୍କୁ ଦେଖାଇଥିଲେ ବହୁତ ଔଷଧ ଖାଇବା ପରେ ତିନିଜଣଙ୍କ ଅବସ୍ଥା ଟିକେବି ସୁଧୁରିନଥିଲା। ବାପର ମନ ବୁଝୁ ନଥିଲା ଏମିତି ବହୁତ ସମ୍ପତ୍ତି ବିକ୍ରିକରି ବହୁ ଟଙ୍କା ଖର୍ଚ୍ଚ କରି ବିଫଳ ହେବା ପରେ ପଟାମୁଣ୍ଡାଇର ପ୍ରସାଶନ ଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ମାନଙ୍କୁ ବହୁ ଆକୁଳ ନିବେଦନ କରିଛନ୍ତିି। କିନ୍ତୁ କେହିବି ସାହାଯ୍ୟର ହାତ ବଢ଼ାଇ ନଥିବା ବେଳେ ଆଜି ତା ୧୩.୧୧.୨୦୨୦ ରିଖ ଶୁକ୍ରବାର ଦିନ ପ୍ରସାଶନ ସାହାଯ୍ୟର ହାତ ବଢାଇଛନ୍ତି। ବିଗତ ଦୀନରୁ ପ୍ରଫୁଲ କୁମାର ବେହେରା ଓରଫ୍ ମୁନାସାର୍ ରାଜକନିକା ତହସିଲ କାର୍ଯ୍ୟାଳୟର କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଙ୍କ ଉଦ୍ୟମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଙ୍କୁ ଅବଗତ କରାଇଥିଲେ।
ଏ ଖବର ଜାଣିବା ପରେ ପ୍ରବାସ ଚନ୍ଦ୍ର ଦାସ ଓ ଆଧାର ଟିମ୍ ସହିତ ପଟ୍ଟାମୁଣ୍ଡାଇ ପୈର ପରିଷଦ ସମ୍ପଦ କୁମାର ସ୍ବାଇଁ, ପଟ୍ଟାମୁଣ୍ଡାଇ ବିଡ଼ିଓ ଭରତ ଚନ୍ଦ୍ର ପରିଡା ପ୍ରମୁଖ ରମାନାଥ ଙ୍କ ଘରେ ପହଞ୍ଚି ରମାନାଥଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ବଡ଼ପୁଅ ସଂଗ୍ରାମ ଓ ଝିଅ ବିଜୟା ଲକ୍ଷ୍ମୀ ଙ୍କୁ ୨ ମାସର ଭତା ପ୍ରଦାନ କରିଥିଲେ।
ଏହି ମହତ୍ କାର୍ଯ୍ୟ ପାଇଁ ବେଲତଳ ଗ୍ରାମର ବୁଦ୍ଧିଜିବୀ ଓ ଶିକ୍ଷିତ ବ୍ୟକ୍ତି ତଥା ୧୯ ନଂମ୍ବର ୱାଡ଼ର ପୂର୍ବତନ କାଉନସିଲର ଗୋପି ବଲ୍ଲଭ ନାୟକ ପ୍ରମୁଖ ପ୍ରସାଶନକୁ ବହୁତ ପ୍ରଶଂସା କରିବାସହ ଧନ୍ୟବାଦ ମଧ୍ୟ ଦେଇଥିଲେ। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More