ନବରଙ୍ଗପୁର(ସଂଘର୍ଷ ମିଡିଆ) :- ମଣ୍ଡେଇ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ କରୋନା କାଳରେ ଫେରିବାଲାର ଜୀବନଯାତ୍ରାକୁ ନେଇ ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରାୟୋଜିତ ନାଟକ ଫେରିବଲାର ସମସ୍ତ କଳାକାର ମାନଙ୍କର ଉଚ୍ଚ କୋଟୀର ଅଭିନୟ ଦର୍ଶକଙ୍କ ମନ ମୋହି ଥିଲା। ସଞ୍ଜୀବ ସିଂ ରଚିତ ଏବଂ ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଉକ୍ତ ନାଟକରେ ଲକ୍ଷ୍ମୀ ସିଂ, ବୁଲୁ ପାଢୀ, ସଞ୍ଜୀବ ସିଂ, ପର୍ଶୁରାମ ବିଷୋୟୀ, ଆଶାନନ୍ଦ ଗୋରୋଡା, ଜସ୍ଵନ୍ତ୍ ସିଂ, ପାୟଲ ସିଂ ପ୍ରମୁଖ ଅଭିନୟ କରିଥିବା ବେଳେ ସଙ୍ଗୀତରେ ଯୁଗଳ କିଶୋର ତ୍ରିପାଠୀ ଏବଂ ଅଶୋକ ମହାନ୍ତି ରହିଥିଲେ, କଣ୍ଠ ଦାନ କରିଥିଲେ କୁମାର ସମର। ତୁଷାର କାନ୍ତି ଖୋସଲା, ପ୍ରକାଶ ବାରିକ, ଶଶିକାନ୍ତ ଦାସ, ଅନନ୍ୟା ସିଂ, ଟିଙ୍କୁ ଜୈନ ଏବଂ ଆଦିତ୍ୟ ସାହୁ ପ୍ରମୁଖ ସହଯୋଗ କରିଥିଲେ।ସେହିପରି ଦ୍ବିତୀୟ ନାଟକ ଭାବେ ଅଭିଶପ୍ତ ନାରାୟଣ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢ଼ି ନରୋତ୍ତମ ଭାବରେ ନିଜକୁ କିପରି ସମାଜରେ ପ୍ରତିପାଦିତ କରୁଛନ୍ତି ସେହି ମର୍ମରେ ଗୋକୁଳ ଖାଡଙ୍ଗା ରଚିତ ଏବଂ ନିର୍ଦ୍ଦେଶିତ ଏକ ଭିନ୍ନ ଧରଣର ନାଟକ ଏକ ଅଭିଶପ୍ତ ଜୀବନ ଯାତ୍ରା ମଞ୍ଚସ୍ଥ ହୋଇଥିଲା।ଡ଼ାବୁଗାଁ ବ୍ଲକ ପ୍ରାୟୋଜିତ ଓ ତ୍ରିଶକ୍ତି ସାଂସ୍କୃତିକ ସଂଘ ପ୍ରସ୍ତୁତି ଏହି ନାଟକ ଦର୍ଶକଙ୍କୁ ବାନ୍ଧି ରଖିବା ସହ ମନୋରଞ୍ଜନ ଦେଇଥିଲା। ଉକ୍ତ ନାଟକରେ ବିଭିନ୍ନ ଭୂମିକାରେ ଗୋକୁଳ ଖାଡଙ୍ଗା, ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ଅଶୋକ ପଣ୍ଡା, ଶିବ ଶଙ୍କର ତ୍ରିପାଠୀ, ଶୁଭଶ୍ରୀ ଗନ୍ତାୟତ, ଚୈତନ୍ୟ ବେହେରା, ବିବେକ ସାହୁ, ନିର୍ମଳ ସାହୁ, କୁମାର ବୈଭୋବ, ଆଲୋକ ସାହୁ ଏବଂ ଶିଶୁ କଳାକାର ଭାବରେ ସୁହାନା ଏବଂ ସେଲିନା ଅଭିନୟ କରିଥିଲେ। ସଙ୍ଗୀତରେ ଯୁଗଳ କିଶୋର ତ୍ରିପାଠୀ ଏବଂ ଅଶୋକ ମହାନ୍ତି ରହିଥିଲେ, କଣ୍ଠ ଦାନ କରିଥିଲେ କୁମାର ସମର ଏବଂ ବେବି ଢ଼ାଲି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଡେପୁଟି କଲେକ୍ଟର ଆଶୁତୋଷ ପାତ୍ର, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ. ସୁନିଲ ଖରା, ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଯୋଗ ଦେଇଥିଲେ l ମଞ୍ଚ କମିଟିର ସଦସ୍ୟ ଅଧ୍ୟାପକ ଦିଲୀପ ହୋତା ଏବଂ ଜ୍ୟୋତି ପରିଚ୍ଛା ମଞ୍ଚ ପରିଚାଳନା କରିଥିବା ବେଳେ ମଞ୍ଚ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ଶେଷରେ ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.