ମଣିପୁର ସାମ୍ପ୍ରଦାୟ ହିଂସା ପ୍ରତିବାଦରେ ଏସଟି ଏସି ଓବିସି ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ତରଫରୁ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

10

Get real time updates directly on you device, subscribe now.

ନବରଙ୍ଗପୁର,(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ସଦରମହକୁମା ଚାଉଁରିଆଗୁଡ଼ା ଠାରୁ ବିରାଟ ଶୋଭାଯାତ୍ରା ରେ, ଏସ୍ ଟି ଏସସି ଓବିସି ଓ ସଂଖ୍ୟାଲଘୁ ବର୍ଗର ଜନ ସାଧାରଣ ଏକତ୍ର ହୋଇ, କେନ୍ଦ୍ର ସରକାର ମଣିପୂର ଆଦିବାସୀ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଆଜି ବିଶ୍ୱ ଆଦିବାସୀ ଦିବସରେ ଏହାର ଦୃଢ଼ ନିନ୍ଦା କରା ଯାଇଥିଲା। ମଣିପୁର ରାଜ୍ୟରେ ଚାଲିଥିବା ଜାତିଗତ ହିଂସା ସାମ୍ପ୍ରଦାୟକ ହିଂସା ତୁରନ୍ତ ବନ୍ଦ କରାଯିବା। ସେଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଶାନ୍ତି ଫେରି ଆଣିବା। ୨ ଜଣ ଆଦିବାସୀ ମହିଳାଙ୍କ ସହିତ ଅତି ବର୍ବର କାଣ୍ଡ ଓ ଗଣ ଦୁଷ୍କର୍ମ କରିଥିବା ଦୋଷୀ ମାନଙ୍କୁ ନ୍ୟାୟିକ ପ୍ରଣାଳୀରେ କୋଠର ଦଣ୍ଡ ଦେବା। ମଣିପୁର ରେ ଧର୍ମ ନିରପେକ୍ଷତା ବଜାଇ ରଖିବା ଓ ଜାତି ଧର୍ମ ନାମରେ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅତ୍ଯାଚାର ବନ୍ଦ କରି ସଂଖ୍ୟାଲଘୁ ଆଦିବାସୀ ମାନଙ୍କ ସୁରକ୍ଷା ଦିଆଯାଉ। ମଣିପୁର ହିଂସା ଓ ଦଙ୍ଗାରେ କ୍ଷତି ଗ୍ରସ୍ତ ହୋଇଥିବା ପରିବାର ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବା । ଦେଶରେ ଆଦିବାସୀ ଦଳିତ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାର ତୁରନ୍ତ ବନ୍ଦ କରିବା। ୟୁ ସି ସି(ୟୁନିଫର୍ମ ସିଭିଲ କୋଡ଼) ପ୍ରସ୍ତାବିତ ଵିଲ୍ କୁ ତୁରନ୍ତ ରଦ୍ କରାଯାଉ। ଦେଶରେ ୟୁ ସି ସି ଲାଗୁହେଲେ ବିଶେଷ ଭାବେ ଅନୁସୂଚିତ ଜାତି, ଜନ ଜାତି, ସଂଖ୍ୟଲଘୁ ମାନେ ସାମ୍ବିଧାନିକ ଅଧିକାର ରୁ ବଂଚିତ ହେବେ। ଭାରତ ବର୍ଷ ରେ ବିଭିନ୍ନ ଜାତି ଧର୍ମ ଓ ଭାଷା ର ଲୋକ ବସବାସ କରୁଛନ୍ତି, ସମସ୍ତଙ୍କ ଭାଷା ସଂସ୍କୃତି ସାମାଜିକ ପରମ୍ପରା ଅଲଗା ଅଲଗା ରହିଛି। ଗୋଟିଏ ଦେଶ ଗୋଟିଏ ଆଇନ୍ ପ୍ରଣୟନ ହେଲେ ସବୁ ଧର୍ମ ର ନିଜ ନିଜ ପରମ୍ପରା ସଂସ୍କୃତି ସାମାଜିକ କାର୍ଯ୍ୟ ରେ କ୍ଷୁର୍ଣ୍ଣ ହେବ।ୟୁ ସି ସି ଆଇନ୍ ଲାଗୁ କଲେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ମାନଙ୍କୁ ସାମ୍ବିଧାନିକ ଧାରା ଅନୁସାରେ ଯେଉଁ ସୁବିଧା ରହିଛି ରାଜନୈତିକ କ୍ଷେତ୍ର ରେ ସାମାଜିକ କ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ତାହା ଆଉ ରହିବ ନାହଁ। ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଧେୟକ ଆଇନ୍ ୨୦୨୩ ରଦ୍ଦ କରାଯାଉ। ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୩ଆଇନ୍ ରେ ପରିଣତ ହେଲେ ଆଦିବାସୀ ଅନ୍ୟାନ୍ୟ ଜଙ୍ଗଲ ବାସୀ ମାନଙ୍କର ବ୍ୟାପକ କ୍ଷତି ସାଧନ କରିବ ଏବଂ ଗ୍ରାମ ସଭାରେ କୌଣସି ମାନ୍ୟତା ରହିବ ନାହିଁ। ଗୁରୁତ୍ବର ଚିନ୍ତାର ବିଷୟ ଏହି ବିଲ୍ ସମସ୍ତ ବ୍ୟବସ୍ଥାବଳୀ ଫଳ ରେ ଜଙ୍ଗଲ ଓ ଜଙ୍ଗଲ ସମ୍ପଦ ଉପରେ ଅଧିକାର ସରକାର ଓ ଜନ ଗୋଷ୍ଟିଙ୍କ ହାତରୁ ଖସି ଯାଇ ଘରୋଇ ଓ ବ୍ୟବସାୟିକ ଓ କର୍ପୋରେଟ୍ ସଂସ୍ଥା ମାନଙ୍କ ହାତରେ ଠୁଳିଭୁତ୍ ହେବାର ଆଶଙ୍କା ଅଛି।ଏଭଳି ୭ଗୋଟି ଦାବି ସମ୍ମିଳିତ ଦାବୀ ପତ୍ର ଭାରତର ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।ଦାବୀ ପତ୍ର ପ୍ରଦାନ ସମୟରେ।ଜିଲ୍ଲା ଆଦିବାସୀ ର ଦିବାକର ପୂଜାରୀ, ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ଜିଲ୍ଲା ସଭାପତି ସୁଧୀର ପାତ୍ର ସମ୍ପାଦକ ଗୌରବ କାଉଁରୀ, ସମାଜ ସେବୀ ପବିର ପାତ୍ର, ଲଳିତ ମୋହନ ନାୟକ, ଦିବ୍ୟଦାନ ସୁନା, ସମେତ ମୁସଲିମ୍ ଜିଲ୍ଲା ସଂଖ୍ୟାଲଘୁ ର କର୍ମକର୍ତ୍ତା ବହୁଳ ସଂଖ୍ୟା ରେ ଉପସ୍ଥିତ ଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More