ମଣିପୁରରେ ମହିଳାଙ୍କ ପ୍ରତି ବଳାତ୍କାର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ

9

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – ଗତ ୩ ମାସ ଧରି ମଣିପୁର ଅଶାନ୍ତ ସେ ହୋଇ ପଡ଼ିଛି ।ସେଠାରେ ନିରିହ ମହିଳାଙ୍କ ଉପରେ ଵର୍ଵୋଚିତ ଆକ୍ରମଣ,ହିଂସା,ବ୍ୟଭିଚାର,ନିରନ୍ତର ସାଂପ୍ରଦାୟିକ ଗଣ୍ଡଗୋଳ ଲାଗି ରହିଛି ।ଵିଚ ରାସ୍ତାରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ଵ୍ଯଭିଚାର‌ କରାଯାଇଥିଵା ଦୃଶ୍ୟ ମୋଵାଇଲରୁ ମୋବାଇଲ ଭାଇରାଲ ହେଉଛି । ସେଠାକାର ସରକାର ସୁରକ୍ଷା ଦେଇ ପାରୁନାହାନ୍ତି ପିଡିତା ମାନଙ୍କୁ ।ଭାରତର ମହାମହିମ ରାଷ୍ଟ୍ରପତି ହେଉଛନ୍ତି ଆଦିବାସୀ ବର୍ଗର ମହିଳା । ମଣିପୁରରେ ଆଦିବାସୀ ମହିଳାଙ୍କ ପ୍ରତି ଅନ୍ୟାୟ ଓ ବ୍ୟଭିଚାର ମାମଲାରେ ରାଷ୍ଟ୍ରପତିଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ତାଙ୍କ ପାଖରେ ସମ୍ବିଧାନର ଅଖଣ୍ଡ କ୍ଷମତା ରହିଛି ଯାହାକୁ ସେ ବ୍ୟବହାର କରି ପାରନ୍ତେ ।ମଣିପୁର ଘଟଣାକୁ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସେଠାରେ ମଣିପୁର ଘଟଣାରେ ମୁହଁ ଫିଟାଉ ନଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତା ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ପରେ ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ସେଠାରେ ମଣିପୁରରେ ମାମଲାରେ ତୁରନ୍ତ ହସ୍ତକ୍ଷେପ ସହ ଶାନ୍ତି ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ ।ଆଗାମି ୭ ଦିନ ମଧ୍ୟରେ ରାଷ୍ଟ୍ରପତି କିଛି ପଦକ୍ଷେପ ନ ନେଲେ ଝାମୁମୋ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି କହିଥିଲେ ।ଆନ୍ଦୋଳନରେ ଝାମୁମୋ ପ୍ରବକ୍ତା ସୁନିଲ ମାଝୀ, ପବନ କୁମାର ,ସନାତନ ମୁଣ୍ଡା, କେନ୍ଦ୍ରୀୟ କମିଟି ସଦସ୍ଯ ସାଲୁ କିସ୍କୁ,ମନୋରଂଜନ ପିଙ୍ଗୁଆ,ସେକ୍ ସାନଓ୍ଵାର ସମେତ ବହୁ ଝାମୁମୋ କର୍ମିବୃନ୍ଦ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More