ମଣିନାଥପୁର ଠାରୁ ଭଣ୍ଡାରି ପୋଖରୀ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ରାସ୍ତାର ଶୋଚନୀୟ ଅବସ୍ତା, ଭାରିଯାନ ଚଳାଚଳକୁ ବିରୋଧ କରି ଅନସନ କଲେ ମିଳିତ ସାମୁଖ୍ୟ

8

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) :- ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ପାଳଦା ବାଙ୍କ ଠାରୁ ମଣିନାଥପୁର ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ରାସ୍ତା ଶୋଚନୀୟ ଆବସ୍ତା ହୋଇପଡ଼ି ଥିବା ବେଳେ ଏହି ରାସ୍ତା ଦେଇ ଶହ ଶହ ବେଆଇନ ଭାବେ ଓଭର ଲୋଡ ବାଲି ବୋଝେଇ ହାଇୱା ଗାଡ଼ି ଗୁଡ଼ିକ ଯିବା ଆସିବା କରୁଛନ୍ତି। ହାଇୱା ଯାତାୟତ ଫଳରେ ରାସ୍ତା ଦୁଇ ଫାଳ ହୋଇ ଫାଟି ଆଁ କରିଛି । ପୂର୍ତ୍ତ ବିଭାଗ ରାସ୍ତାର ମରାମତି ନକରିବା କାରଣରୁ ଲୋକମାନେ ରାସ୍ତାରେ ବାଇକ କିମ୍ବା ସାଇକେଲରେ ଯିବା ଆସିବା କରିବା ପାଇଁ ଡରୁଛନ୍ତି। ଏହି ଭାରିଜାନ ନିଷେଧ ପାଇଁ ଆଜି ମିଳିତ ସାମୁଖ୍ୟ ଏକତ୍ରିତ ହୋଇ ଅନଶନ କରିଥିଲେ। ଅନଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବେଆଇନ ଭାବେ ବାଲି ଓଭର ଲୋଡ କରି ଯାଉଥିବା ଗାଡ଼ି ଗୁଡ଼ିକ ବନ୍ଧ କରାଯାଉ। ପୁଲିସ ପ୍ରଶାସନର ହସ୍ତକ୍ଷପ ପରେ ମିଳିତ ସାମୁଖ୍ୟ ଅନଶନରୁ ଓହରି ଯାଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More