ସୁନ୍ଦରଗଡ (ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାନିବନ୍ଦ ବାଇପାସ ରାସ୍ତାରେ ମୋଟର ସାଇକେଲରୁ ପଡି ଜଣେ ମୃତ୍ୟୁବରଣ କରିଥିବାବେଳେ, ଜଣେ ଗୁରତର ହେଇଥିବା ଜଣା ପଡିଛି l ପ୍ରାପ୍ତ ସୂଚନା ଅନୁଯାୟୀ ସୋମରା କୁଜୁର ଓ ତାଙ୍କ ସ୍ତ୍ରୀ ପାଛୋ କୁଜୁର କୌଣସି କାର୍ଯ୍ୟରେ କୁତ୍ରା ଅଞ୍ଚଳ ଯାଇ ଘରକୁ ଫେରୁଥିବା ବେଳେ ବାଇପାସ ଚିନାର ଓ ବବଲୁ ହୋଟେଲ ରାସ୍ତା ପାଖl ପାଖି ହଟାତ ଭାରସାମ୍ୟ ହରାଇ ଗାଡିରୁ ଖସି ପଡି ଥିଲେ । ଫଳରେ ସ୍ତ୍ରୀ ପାଛୋ କୁଜୁରଙ୍କ ମୃତ୍ୟୁ ହେଇଥିଲା ବେଳେ ସ୍ୱାମୀ ସୋମରl କୁଜୁର ଆହତ ହୋଇଥିଲେ l ଖବର ପାଇ ରାଜଗାଙ୍ଗପୁର ପୋଲିସ ଏଏସ ଆଇ ହେମନ୍ତ ଧାରୁଆଘଟଣା ସ୍ଥଳରେ ପହଂଚି ମୃତକଙ୍କ ଶବ ଉଦ୍ଧାର କାରି ରାଜଗାଙ୍ଗପୁର ସରକାରୀ ଚିକିତ୍ସାଲୟ ପଠେଇଥିଲେ l ଗୁରୁତର ଥିବା ସୋମରା କୁଜୁର କହିଥିଲେ ଯେ ସେ ଓ ତାଙ୍କ ସ୍ତ୍ରୀ କୁତ୍ରାରୁ ନିଜ ଘର ବିରମିତ୍ର ପୁର ରାସ୍ତା ଡୁମେର ଜୋରକୁ ଯାଉଥିଲେ । ଥକି ଯାଇଥିବାରୁ ତାଙ୍କୁ ନିଦ ଆସିଯିବାରୁ ଗାଡି ଭାରସlମ୍ୟ ହରାଇ ପଡିଯାଇଥିଲା ଏବଂ ସେ ଗାଡିରୁ ପଡି ଯାଇଥିଲେ l ଖବର ପାଇ ତାଙ୍କ ପରିବାର ଚିକତ୍ସାଲୟରେ ପହଂଚି ଥିଲେ l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।