ମଞ୍ଚ କାର୍ଯ୍ୟକ୍ରମକୁ ଅନୁମତି ନଦେଲେ ଭୋଟ ବର୍ଜନ ନିସ୍ପତି

13

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ବାଲିଆ ଗୋପୀନାଥ ପୁରଠାରେ ଝୁଲା ଗୋପୀନାଥ ସାସ୍କୃତିକ ପରିଷଦ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ସାତ ମାସ ହୋଇ ଗଲା କରୋନା କଟକଣା ପାଇଁ ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମକୁ ସରକାର ବନ୍ଦ ରଖିଥିବାରୁ ମଞ୍ଚରେ କଳା ପରିବେଷଣ କରି ପରିବାର ପ୍ରତିପୋଷଣ କରୁଥିବା କଳାକାର ତାର ଜୀବିକା ହରାଇଛି ।ଏମିତିକି କଳା ପରିବେଷଣ ପାଇଁ ଯନ୍ତ୍ର ପାତି ସବୁ ନଷ୍ଟ ହେବାକୁ ବସିଲାଣି । ମଞ୍ଚ କାର୍ଯ୍ୟକ୍ରମ ପାଇଁ ଟେଂଣ୍ଡ ବାନ୍ଧୁଥିବା ବାଉଁଶ ପୋତୁଥିବା ସାଉଣ୍ଡ ଲଗାଉଥିବା ,ମଜୁରିଆଟିର ଆଜି ଅଭାବରେ ହାଣ୍ଡି ଚୁଲି କୁ ଯାଉନି ,ସରକାର ଜୀବନ ସହ ଜୀବିକାକୁ ଦେଖିବା କଥା କହୁ ଥିବା ବେଳେ ମଞ୍ଚ କଳାକାର ପାଇଁ ଏଭଳି ମନଭାବ କଣ ପାଇଁ ? ଯଦି ଧାର୍ମିକ ମନୋରଞ୍ଜନ ସଭାରେ କରୋନା ବ୍ୟାପିବାର ଭୟ ରହିଛି ତା ହେଲେ ତାହାଲେ ବାଲେଶ୍ୱରର ଓ ତିର୍ତ୍ତୋଲରେ ଉପନିର୍ବାଚନ ପ୍ରଚାର ବେଳେ ଏତେ ଭିଡ କେମିତି ହୋଇ ପାରୁଛି ବୋଲି ପ୍ରଶ୍ନ କରିଛନ୍ତି । ପରିଷଦ ପରିଷଦ ର ଉପଦେଷ୍ଟା ତଥା ଓଡିଶା ଜଗନ୍ନାଥ ସଂସ୍କୃତିର କଥା ପ୍ରଚାରକ ବାବା ଦିବାକର ଦାସ ,ପରିଷଦର ଆବାହକ ଗୁରୁ ଶ୍ରୀ ପ୍ରମୋଦ ତ୍ରିପାଠୀ ଙ୍କ ତତ୍ୱାବଧାନରେ ଏହି ପ୍ରତିବାଦ ସଭାରେ ଶ୍ରୀ ଦାସ ସରକାରଙ୍କୁ ମଞ୍ଚ କାର୍ଯ୍ୟକ୍ରମ କୋଭିଡି ଗାଇଡ଼ ଲାଇନ ଅନୁଯାୟୀ ଅନୁମତି ଦିଅନ୍ତୁ ବୋଲି କହିବା ସହ ନ ମିଳିଲେ ଉପନିର୍ବାଚନ ରେ ସଂଘର ସମସ୍ତ କଳାକାର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ସବୁ କଳାକାରଙ୍କୁ ନେଇ ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି । ଏଥିରେ କଳାକାର ଅଜୟ ମୁଦୁଲି,ମାନସ ରଞ୍ଜନ ସାମଲ,ଦେବେନ୍ଦ୍ର ସାମଲ ,ରଂଜିତ ଦାସ ,ମାଗୁଣୀ ଭୋଇ , ଧନେଶ୍ୱର ସାହୁ ସମେତ ଅନୁଷ୍ଠାନର ବହୁ କଳାକାର ଉପସ୍ଥିତ ଥିଲେ l ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More