ମଞ୍ଚାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରବାସରେ ସାତ ଦିନ ହେବ ବିଦ୍ୟୁତ ସେବାରୁ ବଞ୍ଚିତ

12

Get real time updates directly on you device, subscribe now.

ନବରଙ୍ଗପର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତଥା ଉକ୍ତ ବିଦ୍ୟାଳୟ ଛାତ୍ରାବାସ ରେ ମଧ୍ୟ ବିଦ୍ୟୁତ ସାତ ଦିନ ହେବ ନଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ନାନା ଅସୁବିଧା ଭୋଗ କରୁଛନ୍ତି । ବିଦ୍ୟାଳୟର ୧୦୬ ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ନଳକୂପରୁ ପାଣି ବୋହି ଆଣି ରୋଷେଇ କରିବାକୁ ପଡୁଛି। ସେପଟେ ଛାତ୍ରାବାସରେ ବିଦ୍ୟୁତ୍ ନଥିବାରୁ ଅନ୍ତେବାସୀଙ୍କ ସ୍ନାନ ଶୌଚ ଠାରୁ ଆରମ୍ଭ କରି ପାନୀୟ ପାଇଁ ନଳକୂପରୁ ପାଣି ନେଇ ବ୍ୟବହାର କରିବାକୁ ପଡୁଛି। ନଳକୂପ ନିକଟରେ ସ୍ନାନ ପରେ ନିର୍ଗମନ ଜଳ ଯେଉଁ ମାର୍ଗରେ ଯାଉଛି ତାକୁ ନେଇ ମଧ୍ୟ ଗୋଟିଏ ପାର୍ଶ୍ଵ ରେ ଜମି ଵାଲା ଅନ୍ୟ ପାର୍ଶ୍ଵରେ ଗ୍ରାମବାସୀ ଆପତ୍ତି କରୁଛନ୍ତି। ୪୦ରୁ ପଚାଶ ଅନ୍ତେବାସୀ ଏକ ମାତ୍ର ନଳକୂପରୁ ସ୍ନାନ ଶୌଚ ଆଦି ପାଇଁ ପାଣି ନେଇ ନିତ୍ୟକର୍ମ ସାରି ବିଦ୍ୟାଳୟ ସମୟରେ ଉପସ୍ଥିତ ହେବା ବିଳମ୍ବ ହେଉଛି। ସେପଟେ ରାତି ଦଶ ପର୍ଯ୍ୟନ୍ତ ଆଉ ପଢି ହେଉନି ।ବିଦ୍ୟାଳୟ ପାଠପଢା ଶେଷ ପରେ ପାଞ୍ଚରୁ ଛଟା ମଧ୍ୟରେ ହୋମ୍ ୱାର୍କ ଶେଷ ନକରିଲେ ଆଉ କରି ହେଉନି। ଅତିରିକ୍ତ ପାଠ ପଢିବା ଆଲୋକ ଅଭାବରୁ ଅସମ୍ଭବ ହୋଇ ପଡିଛି। କ୍ୟାଣ୍ଡେଲ ଲଗାଇ ଅଳ୍ପ ସମୟ ପଢି ହେଉଛି ସେପଟେ ମଶା ଉପଦ୍ରବ ଯୋଗୁଁ ପଢେଇ ଦେଉନି, ମହମ ବତୀ ଆଲୁଅରେ ବେଶି ସମୟ ରହିବାକୁ ପଡ଼ୁଛି। ବିଦ୍ୟାଳୟକୁ ଯେଉଁ ଟ୍ରାନ୍ସଫର୍ମର ରୁ ବିଦ୍ୟୁତ ଆସୁଥିଲା ସେହି ଟ୍ରାନ୍ସଫର୍ମର ମିଲ ଆଦିର ଅତିରିକ୍ତ ବୋଝ ଯୋଗୁଁ ପୋଡି ଯାଇଛି। ଆଜକୁ ସାତ ଦିନ ହେବ ମଞ୍ଚ।ଗାଁର ଦୁଇଟି ସାହି ଓ କଷ୍ଟି ଗୁଡ଼ାରେ ବିଦ୍ୟୁତ ନାହିଁ। ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। କିନ୍ତୁ କେବେ ବିଦ୍ୟୁତସେବା ଯୋଗାଇ ଦିଆଯିବ ସ୍ପଷ୍ଟ ଉତ୍ତର ମିଳୁନି। ଆଜି ଦିନ ତମାମ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ଲାଗିନଥିବା କହିଛନ୍ତି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦାୟିତ୍ୱ ନେବା ପରେ ବିଦ୍ୟାଳୟ ର ତଥା ଛାତ୍ରାବାସର ମିଟର ନଥିବା ଦେଖି ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ,ନା ବିଦ୍ୟାଳୟ ନା ଛାତ୍ରାବାସ ନାମରେ ବିଦ୍ୟୁତ ଗ୍ରାହକ ନମ୍ବର ନଥିବା ବିଭାଗରୁ ଉତ୍ତର ମିଳିଲା। ସେ ବିଦ୍ୟାଳୟ ଓ ଛାତ୍ରାବାସ ପାଇଁ ବିଦ୍ୟୁତ ଗ୍ରାହକ ନମ୍ବର ଦେବାକୁ ଉଚିତ ପ୍ରକ୍ରିୟାରେ ଆବେଦନ କରିଛନ୍ତି। ଏଯାଏଁ କିଛି ଅଗ୍ରଗତି ହୋଇନି। ବର୍ତ୍ତମାନ ପ୍ରଶ୍ନ ଛାତ୍ରଛାତ୍ରୀ ଏବେ କରିବେ କଣ? ବିଦ୍ୟାଳୟ ଓ ଛାତ୍ରାବାସ ପାଇଁ ସ୍ୱତନ୍ତ୍ର ଟ୍ରାନ୍ସଫର୍ମର ବସାଇ ବିଦ୍ୟୁତ ଦିଆଗଲେ ସମାଧାନ ହୋଇ ପାରିବ ନଚେତ ଅନ୍ୟ ଟ୍ରାନ୍ସଫର୍ମର ବିଦ୍ୟାଳୟ ଠାରୁ ୪୦୦ ମିଟର ଦୂରରେ ରହିଛି ସେହି ଟ୍ରାନ୍ସଫର୍ମରରୁ ବିଦ୍ୟୁତ ଦିଆଯାଉ ବୋଲି ମତ ପ୍ରକାଶ ପାଉଛି। ଛାତ୍ରାବାସ ପରିଚାଳନା କରୁଥିବା ମଙ୍ଗଳ ବିଭାଗ ନା ବିଦ୍ୟାଳୟ ଗଣଶିକ୍ଷା ବିଭାଗ କିଏ ତ୍ୱରିତ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରି ବିଦ୍ୟୁତସେବା ଯୋଗାଇଦେବେ ଦେଖିବାକୁ ବାକି ରହିଲା। ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଶିକ୍ଷା ବିଭାଗୀୟ ଅଧିକାରୀ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More