ମଙ୍ଗରାଜପୁର ରାସ୍ତା ଉନ୍ନତି କରଣର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ଚୌଦ୍ୱାର ଅନ୍ତର୍ଗତ ଚାରବାଟିଆ ଠାରେ ମାନ୍ୟବର କୃଷି ଓ ମତ୍ସ୍ୟ ପଶୁ ସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଥିଲେ। ଗାନ୍ଧି ଛକ ଠାରେ ଶ୍ରୀଯୁକ୍ତ ମନ୍ତ୍ରୀଙ୍କୁ ଚୌଦ୍ୱାର – କଟକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୋଭିକ୍ ବିଶ୍ଵାଳ,ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱର୍ଣ୍ଣ ପ୍ରଭା ସାମଲ, ଉତରି, ପୁଷ୍ପମାଲ୍ୟ, ପୁଷ୍ପତୋଡା ପ୍ରଦାନ କରି ସ୍ବାଗତ ଜଣାଇଥିଲେ। ଚୌଦ୍ୱାର ଚାରବାଟିଆ ଠାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଯୋଗଦେଇ ଚାରବାଟିଆ ମଂଗରାଜପୁର ରାସ୍ତାର ଉନ୍ନତିକରଣ ଶୁଭଶିଳାନ୍ୟାସ କରିଥିଲେ। ଚୌଦ୍ୱାର ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ସାମଲ, ଜିଲ୍ଲା ଉପସଭାପତି ପ୍ରେମ୍ ଚାନ୍ଦ ନାୟକ, ନଗର ବିଜେଡି ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡା, ବିଜେଡି ଛାତ୍ର ନେତା ଭାରତ ଚନ୍ଦ୍ର ସାହୁ, ଯୁବ ସଭାପତି ଅର୍ଜୁନ ପଣ୍ଡା, ଶଙ୍କରପୁର ସରପଞ୍ଚ ଶ୍ରୀମତି ସରୋଜିନି ଖଟୁଆ , ମଙ୍ଗରାଜପୁର ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ର ପାଣ୍ଡବ, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି, ସହକାରି ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ଵନାଥ ସାହୁ, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ବିଶ୍ଵାଳ, ଓ ନବ ନିର୍ବାଚିତ ପୌର ପାରିଷଦ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡି କର୍ମୀ ଓ ଅଂଚଳ ବାସୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More