ମଇଦଲପୁର ପୋଲିସର ବଡ଼ ସଫଳତା ,୯୨ କଇଁଚ ଉଦ୍ଧାର

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ପୋଲିସ କୁ ମିଳିଛି ବଡ଼ ସଫଳତା । ୯୨ ଟି ଜୀବନ୍ତ କଇଁଚ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି  ।ନବରଙ୍ଗପୁର ଏସ୍ପି ଏସ ଶୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଇଦଲପୁର ଥାନା ଅଧିକାରୀ ନଟବର ନନ୍ଦ ଏକ ଟିମ ଗଠନ କରି କୌଣସି ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲେ ଓ କଇଁଚ ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ ।ଗିରଫ ହୋଇଥିବା ଦୁଇ ଜଣ ହେଲେ  ଡାବୁଗାଁର ରାଜେଶ ପାଇକ (୨୫)ଓ କଳାହାଣ୍ଡି ର ଚୈତନ୍ୟ ରାଉତ (୫୦)ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପାପଡାହାଣ୍ଡି ଏସ ଡି ପି ଓ ଆଦିତ୍ୟ ସେନ ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ କଳାହାଣ୍ଡି ଅଞ୍ଚଳରୁ ରାମ ଆଉ ଭୀମ ଡାବୁଗାଁ ଅଭିମୁଖେ କଇଁଛ ଚାଲାଣ କରୁଥିଲେ ।ମଇଦଲପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ମଇଦଲପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡା ନିକଟରେ  ଏମାନଙ୍କୁ ଧରିଥିଲେ ।ଗିରଫ ହୋଇଥିବା ଦୁଇ ଜଣଙ୍କୁ ଓ ୯୨ ଟି କଇଁଛକୁ ମଇଦଲପୁର ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି । ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗ ଙ୍କ ନିର୍ଦ୍ଦେଶ କ୍ରମେ ଅଧିକ ତଦନ୍ତ କରି କୋର୍ଟ ଚାଲାଣ କରାଯିବ ବୋଲି ମଇଦଲପୁର ବନପାଳ  ମଧୁସୂଦନ ପାତ୍ର କହିଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More