ମଇଦଲପୁର ଆମ୍ବଡ଼ାପଦର ଗ୍ରାମଠୁ ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାମରେ  ଲୋକଙ୍କ ସହ କାମ କରୁଛନ୍ତି ସରପଞ୍ଚ             

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ନିଉଜ୍): – ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ ଆମ୍ବଡାପଦର ଗ୍ରାମଠୁ ଶିବ ମନ୍ଦିର ପର୍ଯ୍ୟନ୍ତ ମନରେଗା ମାଧ୍ୟମରେ ଗାଁ ଲୋକଙ୍କୁ କାମ କରିବାକୁ ସୁଯୋଗ ମିଳିଛି l ମଇଦଲପୁର ପଞ୍ଚାୟତ ସରପଞ୍ଚ  ଶ୍ରୀ ଚନ୍ଦ୍ର ଧ୍ଵଜ ମାଝୀ ମଧ୍ୟ ଗାଁ ଲୋକ ମାନଙ୍କ ସହ ମିଶି କାମ କରୁଛନ୍ତି l ସରପଞ୍ଚଙ୍କ କହିବାନୁଯାୟୀ ଦୀର୍ଘ ଦିନ ହେବ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତିରେ କାମ ଆରମ୍ଭ ହୋଇ ନାହିଁ ଏହାଠୁ ଦୁର୍ଭାଗ୍ୟର ବିଷୟ କାରଣ ଲୋକ ମାନେ କାମ ଧାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖି ଖୋଦ ସରପଞ୍ଚ ଲୋକଙ୍କ ସହ ମିଶି କାମ କରୁଛନ୍ତି l ନିଜ ପଞ୍ଚାୟତର କୁଲି ମଜୁରୀ ମା ଭଉଣୀ ନିଜ ଗାଁ ରେ କାମ କରନ୍ତୁ ବାହାର ରାଜ୍ୟକୁ ଦାଦନ ନ ଯାଆନ୍ତୁ ସେଥି ପ୍ରତି ସରପଞ୍ଚ ଦୃଷ୍ଟିରେ ରଖି କାର୍ଯ୍ୟ ଆରମ୍ଭ କରିଛନ୍ତି l ବାହାର ରାଜ୍ୟକୁ କାମ କରିବାକୁ ଯାଇ କେତେବେଳେ ନିର୍ଯ୍ୟାତିତ ହେଇଛନ୍ତି ତ କେତେବେଳେ ଶବ ହୋଇ ଶବ ଗାଁ କୁ ଶବ ଫେରୁଛି,ଯେପରି ଏଇ ଗ୍ରାମ ପଞ୍ଚାୟତ ର ଲୋକେ କାମ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନ ଯାଆନ୍ତି,  କୌଣସି  ବିପଦର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେଇ ମନରେଗା କାର୍ଯ୍ୟରେ ଗ୍ରାମବାସୀ ମାନଙ୍କୁ ଉକ୍ତ କାର୍ଯ୍ୟରେ ଲଗାଇଛନ୍ତି l ତାଙ୍କର ଇଚ୍ଛା ଗ୍ରାମରେ ରହି ସରକାରୀ ଯୋଜନାରେ କାମ କରି ନିଜ ପରିବାର ମୁହଁରେ ହସ ଫୁଟାନ୍ତୁ lଏପରି ପ୍ରୟାସ ଜାରି ରଖିଛନ୍ତି ଆମ ପ୍ରିୟ ସରପଞ୍ଚ ଓ ତାଙ୍କ ସହ କାମ କରି ଉତ୍ସାହିତ କରୁଛନ୍ତି ଗ୍ରାମବାସୀମାନଙ୍କୁ l ସରପଞ୍ଚ ହେବ ତ ଏମିତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More