ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ବନ୍ତ ଵ୍ଲକ ପାଟଣା ଗ୍ରାମରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୮ଵଖରା ଘର ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି । ଭଣ୍ଡାରିପୋଖରୀ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କଲା। ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ପବିତ୍ର ମୋହନ ଜେନା,ପ୍ରଦୀପ ଜେନା, ଚିତ୍ତରଞ୍ଜନ ଦାସ,ପ୍ରମୋଦ ଦାସଙ୍କର ୮ଟା ସମୟରେ କୌଣସି କାରଣରୁ ୮ଵଖରା ସଂପୂର୍ଣ୍ଣ ନଷ୍ଟ ହୋଇଯିବା ସହ ଘରର ସମସ୍ତ ଘରକରଣା ଜିନିଷ, ଧାନ ଚାଉଳ, ଆସଵାଵ ପତ୍ର ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିଥିବା ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳ ବାହୀନି ଆସି ସଙ୍ଗେ ସଙ୍ଗେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ସେତେବେଳେକୁ ବହୁତ ଜିନିଷ ପତ୍ର ନଷ୍ଟ ହୋଇଯାଇଥିଲା ।