ଭୋଦଳ ଗ୍ରାମରେ ଶାରଦୀୟ ସାରସ୍ୱତ ସାହିତ୍ୟାୟନ-୨୦୨୨ ଅନୁଷ୍ଠିତ

10

Get real time updates directly on you device, subscribe now.

କଟକ (ସଂଘର୍ଷ ମିଡିଆ ) : -କଟକ ଜିଲ୍ଲା କଣ୍ଟାପଡା ବ୍ଲକ ବଡ଼ ପାଟସୁନ୍ଦରପୁର ଅନ୍ତର୍ଗତ ଭୋଦଳ ଗ୍ରାମର ଗତନାଥ ମନ୍ଦିର ପ୍ରାଙ୍ଗଣରେ ଉଦୟଭାନୁ ସାହିତ୍ୟ ଓ ସମାଜସେବା ସଂଗଠନ ପକ୍ଷରୁ ଶାରଦୀୟ ସାରସ୍ୱତ ସାହିତ୍ୟାୟନ 2022 ଅନୁଷ୍ଠିତ ହୋଇଯାଇଛି।ଆଖ ପାଖ ଅଂଚଳର କବି ମାନେ ଯୋଗଦାନ କରି କବିତା ପଠନ କରିଥିଲେ।ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା ଅଧୁନା ମହିଷା ଓ ଦେବୀ ଦୁର୍ଗେ।ମୁଖ୍ୟ ଅତିଥି ରୂପେ ପ୍ରବଚକ ବାବା ଦିବାକର ଦାସ ମହାରାଜ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସଭାର ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ରାଉତରାୟ, ସଂମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭ୍ରମରବର ପ୍ରଧାନ,ଡ଼.ସସ୍ମିତା ମିଶ୍ର,ଡ଼.ରଞ୍ଜିତ କୁମାର ଲେଙ୍କା,ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଶାନ୍ତ ବାହିନୀପତି,ସାଧାରଣ ସମ୍ପାଦକ ମାଧବାନନ୍ଦ ଭୋଇ,ସମ୍ପାଦକ ଶିବପ୍ରସଦ ବାହିନୀପତି,ସଭାରେ ଉପସ୍ଥିତ ଥିଲେ।ମଞ୍ଚାସିନ ଅତିଥୀମାନଙ୍କୁ ଫୁଲତୋଡା ଓ ଓତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କବିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଦେଇ ସଂମାନିତ କରାଯାଇଥିଲା। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More