ଭୋଟ ଗଣତିକୁ ନେଇ ହିଂସାକାଣ୍ଡ

11

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ବାରଡାଙ୍ଗ କୃଷି ସମବାୟ ସମିତି ଲିଃର ନିର୍ବାଚନ ଗଣତିକୁ କେନ୍ଦ୍ର କରି ଦେଖାଦେଇଛି ହିଂସାକାଣ୍ଡ। ଏହି ହିଂସାକାଣ୍ଡ ରେ ତିନିଜଣ ପୋଲିସ କର୍ମଚାରୀ ଆହତ ହେବା ସହିତ ସାଧାରଣ ଲୋକମାନେ ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ମିଳିଛି। ଆଜି ବାରଡାଙ୍ଗ ସେବା ସମବାୟ ସମିତି ନିର୍ଦ୍ଦେଶକ ମାନଙ୍କ ମଧ୍ୟରେ ସଭାପତି ନିର୍ବାଚନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ପରେ ସାନ୍ତ ହେବାପରେ ମତଦାନ ଆରମ୍ଭ ହୋଇ ଶେଷ ହୋଇଥିଲା। ଭୋଟ ଗଣତି ହେବା ସମୟରେ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ ନିର୍ବାଚନ ଅଫିସରଙ୍କୁ କହିଥିଲେ ଗଣତି କାର୍ଯ୍ୟକ୍ରମ ଏଠାରେ ନକରିବା ପାଇଁ କହିଥିଲେ ନିର୍ବାଚନ ଦାୟିତ୍ବରେ ଥିବା ନିର୍ବାଚନ ଅଫିସର ବୁଝାସୁଝା କରି ଭୋଟ ଗଣତି ଆଗକୁ ନେଇଥିଲେ ଭୋଟ ଗଣତିର ଶେଷ ପର୍ଯ୍ୟାୟରେ ଗୋଟିଏ ଗୋଷ୍ଠୀର ସମର୍ଥକ ମାନେ ଗଣତି ହେଉଥିବା କେନ୍ଦ୍ରରେ ଜୋର ଜବରଦସ୍ତ ଧସେଇ ପସି ପୋଲିସ ହାତରୁ ଲାଠି ଛଡ଼ାଇ ପିଟାମରା କରିଥିଲେ ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା କରି ତିନି ପୋଲିସ ମଧ୍ୟ ଆହତ ହୋଇଥିବା ନେଇ ପ୍ରକାଶ କରିଛନ୍ତି ନିର୍ବାଚନି ଅଧିକାରୀ। ଏହି ଆକ୍ରମଣ ରେ ଜମ୍ବୁ ସାମୁଦ୍ରିକ ଥାନା ର ଏସ୍ ଆଇ ରବିନ୍ଦ୍ର କୁମାର ଭଦ୍ର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏଠି ପ୍ରଶ୍ନ ଉଠୁଛି କୃଷି ସମବାୟ ସମିତି ଲିଃ ର ସମ୍ପାଦକ ମାନଙ୍କ ମନମୁଖୀ କାର୍ଯ୍ୟ ବୟାନ କରୁଛି ଏଭଳି ହିଂସାକାଣ୍ଡ। କାରଣ ଯେଉଁ ସମବାୟ ସମିତି ରେ ଶତାଧିକ ମେମ୍ବର ଅଛନ୍ତି ସେଠାରେ ଭୋଟର ସଂଖ୍ୟା ପ୍ରାୟ ପାଞ୍ଚ ରୁ ଛଅ ଜଣ ଏମିତି ମନମୁଖୀ ପାଇଁ ସରକାର କାହିଁକି ଚିନ୍ତା କରୁନାହାନ୍ତି ଓ ଗୋଟିଏ କୃଷି ସମବାୟ ସମିତି ଲିଃ ରେ ସଂପାଦକ, ସହ ସଂପାଦକ, ଡାଟା ଅପରେଟର ଓ ପିଅନ ଭଳି ପଦବୀ ପାଇଁ ଗୋଟିଏ ପରିବାରର ସଦସ୍ୟ ମାନଙ୍କୁ ଦେଖିବାକୁ ମିଳୁଛି। ଏସବୁ ଜାଣିବା ପରେ ମନେହେଉଛି କୃଷି ସମବାୟ ସମିତି ସଂପାଦକ ମାନଙ୍କ ଘରୋଇ ସଂସ୍ଥା। ଏଥିପ୍ରତି ସରକାର ତିଖ୍ନ ନଜର ନଦେଲେ ଆଗାମୀ ଦିନରେ ସମବାୟ ସମିତି ବଦନାମ ହେବାର ଆଶଙ୍କା କରାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More