ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗୀକରଣ ନିମନ୍ତେ ବୁଲିଲା ସଚେତନତା ରଥ

11

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ସହରାଞ୍ଚଳର ମତଦାତାଙ୍କର ଆଧାର ନମ୍ବରକୁ ଭୋଟର ପରିଚୟ ପତ୍ର ସହିତ ସଂଯୋଗ ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି l ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ସନତ କୁମାର ନାୟକ, ସହକାରୀ ଜିଲ୍ଲାପାଳ ( ନିର୍ବାଚନ ) ସତ୍ୟଜିତ ମହାପାତ୍ରଙ୍କ ଉପସ୍ଥିତିରେ ଏହା ଆରମ୍ଭ କରାଯାଇଥିଲା l ଏହି ରଥ ବୌଦ୍ଧ ସହର ଅନ୍ତର୍ଗତ 2 ଟି ନିର୍ବାଚନ ମଣ୍ଡଳୀର ବୌଦ୍ଧ ବ୍ଲକ, ହରଭଙ୍ଗା ବ୍ଲକ ଏବଂ କଣ୍ଟାମାଳ ବ୍ଲକର ଭୋଟରଙ୍କୁ ସ୍ଵେଛାକୃତ ଭାବେ ସେମାନଙ୍କ ଆଧାର ନମ୍ବରକୁ ଭୋଟର ତାଲିକାରେ ସଂଯୋଗୀକରଣ ପାଇଁ ସଚେତନତା ସୃଷ୍ଟି କରିବ lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More