ଭୋଗ ଖାଇ ଶପଥ କର ନଚେତ ଚାକିରୀ ନେଇଯିବି, ଶପଥ ନକରିବାରୁ ମହିଳା ଅଙ୍ଗନ ୱାଡ଼ି ୱାର୍କରଙ୍କୁ ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ଦୃବ୍ୟବହାର

12

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଭୋଗ ଖାଇ ଶପଥ ପାଠ କର ଗଣମାଧ୍ୟମକୁ ଦୁର୍ନୀତି ସମ୍ପର୍କରେ ଚିଠା ଦେଇଛି କିଏ।ଦୁର୍ନୀତି ମୁକ୍ତ କରିବା ପାଇଁ ଭୋଗ ଖାଇ ଦସ୍ତଖତ କର ନଚେତ ଚାକିରୀ ନେଇଯିବି।ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ମହିଳା ଓ ଶିଶୁ ବିକାଶ ବିଭାଗରେ ଶୋଷଣର ଶିକାର ହେଉଥିବା ତାଳପଡ଼ା ଅଙ୍ଗନ ୱାଡ଼ି ୱାର୍କର।ତେବେ ଅଙ୍ଗନ ୱାଡ଼ିକୁ ଆସୁଥିବା ପ୍ରିସ୍କୁଲ କିଟ୍ ଓ ମେଡ଼ିସିନ କିଟ୍,ଡ୍ରେସ,ଜୋତା ଆଦି ସମସ୍ତ ଜିନିଷ ନିମ୍ନ ମାନର ଦିଆ ଯାଉଥିବା ବେଳେ ମେଡ଼ିସିନ କିଟ୍ ବାବଦକୁ ଅଙ୍ଗନ ୱାଡ଼ି ୱାର୍କରଙ୍କ ଆକାଉଣ୍ଟକୁ ଆସୁଥିବା ୨ ହଜାର ୫ ଶହ ଟଙ୍କାକୁ ନିଜେ କୁଜଙ୍ଗ ମହିଳା ଓ ଶିଶୁ ବିକାଶ ଅଧିକାରୀଣୀ ତନୁପ୍ରଭା ବେଉରା ୱାର୍କରଙ୍କ ଠାରୁ ନେଇ ନିମ୍ନ ମାନର ମେଡ଼ିସିନ କିଟ୍ ଦିଅନ୍ତି ବୋଲି ଶୋଷଣର ଶିକାର ହୋଇଥିବା ତାଳପଡ଼ା ସେକ୍ଟରର ଅଙ୍ଗନ ୱାଡ଼ି ୱାର୍କର ସାବିତ୍ରୀ ପଣ୍ଡା ଗଣମାଧ୍ୟମ ଜରିଆରେ ଛଳ ଛଳ ଆଖି କୋହ ଭରା କଣ୍ଠରେ କହିଛନ୍ତି। ଅନ୍ୟପଟେ ମହିଳା ଅଙ୍ଗନ ୱାର୍ଡି ୱାର୍କରଙ୍କୁ ଏପରି ହଇରାଣ ହରକତ କରୁଥିବା ଓ ଦୁର୍ନୀତିକୁ ଗଣମାଧ୍ୟମ ଜରିଆରେ ଲୋକ ଲୋଚନକୁ ଆଣିବାରୁ କୁଜଙ୍ଗ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଭୋଗ ଖୁଆଇ ଶପଥ କରିବା ଏବଂ ଦୁର୍ନୀତି ମୁକ୍ତ ବୋଲି ଦସ୍ତଖତ ଅଭିଯାନ କରିବା ଘଟଣାକୁ ପ୍ରତିବାଦ କରିବାରୁ ତାଳପଡ଼ା ସେକ୍ଟର ଅଙ୍ଗନ ୱାର୍ଡି ୱାର୍କର ସାବିତ୍ରୀ ପଣ୍ଡାଙ୍କୁ ଯେଉଁ ଭଳି ମାନସିକ ଚାପ ପ୍ରୟୋଗ କରାଯାଉଛି ଏ ଘଟଣାକୁ ସମ୍ପୃନ ଭାବେ ନିନ୍ଦା କରିଛନ୍ତି ଅଙ୍ଗନ ୱାର୍ଡି ୱାର୍କରଙ୍କ ସେକ୍ରେଟାରୀ। ଅପରପଟେ ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଯୋଗା ଯୋଗ କରିଥିବା ବେଳେ କୁଜଙ୍ଗ ମହିଳା ଓ ଶିଶୁ ବିକାଶ ଅଧିକାରୀଣୀ ତନୁପ୍ରଭା ବେଉରା ଆମ କ୍ୟାମେରେ ଆଗରେ କିଛି କହିବାକୁ ମନା କରିଥିବା ବେଳେ ତାଙ୍କ ବିଷୟରେ କହିଥିବା କଥା ମିଥ୍ୟା ଓ ଭିତ୍ତିହୀନ ବୋଲି ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More