ଭୋକର କରୁଣ ଚିତ୍ର ,ଜନ୍ମ କଲା ୫ ମାସର ଛୁଆକୁ ଛାଡି ମା ଯାଇଛି କୁଲିଗିରି କରି ଆନ୍ଧ୍ର,ଏବେ ସାତ ବର୍ଷର କୁନି ଭଉଣୀ ଭାଇ ପାଇଁ ସାଜିଛି ମା

33

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : କାମଧନ୍ଦା ନାହିଁ , ଭୋକର ଭୂଗୋଳ ଭିତରେ ଘାଣ୍ଟିଚକଟି ହେବା ପରେ ବଞ୍ଚିବା ପାଇଁ ଆଉ ରାସ୍ତା ଦିଶିଲାନି । ଶେଷରେ ଜନ୍ମକଲା ୫ ମାସର ଶିଶୁପୁତ୍ରକୁ ସ୍ଵାମୀ ଏବଂ ଅନ୍ୟ ଦୁଇ କୁନି କୁନି ଝିଅଙ୍କ ପାଖରେ ଛାଡ଼ି ଦାଦନ ଖଟିବାକୁ ଆନ୍ଧ୍ର ଯାଇଛି ମାଆ । ଏଣେ ଛୁଆଟି କାନ୍ଦି କାନ୍ଦି ଅଥୟ ହୋଇଯାଉଛି । ଅପପୁଷ୍ଟିର ଶିକାର ହେଲା ଭଳି ଦିଶୁଛି ।ଛୁଆ ଟି ମା ଠାରୁ ସ୍ତନ୍ୟପାନ କରିବା ସ୍ଥାନରେ କୁନି ଭଉଣୀ କୋଳରେ ଶୋଇ ବୋତଲ କ୍ଷୀର ପିଆଇ ଜୀବନ ବଞ୍ଚାଇଛି କୁନି ଭଉଣୀ। ଶୈଶବର କାନ୍ଧରେ ଆଉ ଏକ ଶୈଶବ,ବେଢ଼ୀ ଉପରେ କୋରଡା ସଦ୍ରୁସ ହୋଇ ପଡିଛି । ପେଟପାଟଣା ପାଇଁ ଛାତିକୁ ପଥର କରି , ସବୁ ଲୁହକୁ ଶୁଖିଲା ଓଠରେ ପିଇଯାଇ ମାଆ ଯାଇଛି ଟଙ୍କା କେଇଟା ରୋଜଗାରରେ,ମାତୃ ସ୍ନେହକୁ ଆଡ଼େଇ ଦେଇ । କେବେ ଫେରିବ ଜଣାନାହିଁ । ଏ ଦୃଶ୍ୟ ବୟାନ କରୁଛି , ନବରଙ୍ଗପୁର ଜିଲ୍ଲାରେ କିଭଳି କାର୍ଯ୍ୟକାରୀ ହେଉଛି ମନରେଗା । ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଚରାମୂଳା ଗାଁ ବିନ୍ଧାଣୀସାହିର ଏହି ଘଟଣା ଏବେ ଅନେକଙ୍କ ଆଖିରୁ ଝରାଇ ଦେଉଛି ଲୁହର ଧାର । ଗାଁର ମେଘ ବିନ୍ଧାଣୀ ଓ ସ୍ତ୍ରୀ ବୁଧବାରୀ । ଦୁଇଝିଅ ଶିବାନୀ , ରାନୁ ଓ ନବଜାତ ଶିଶୁ । ଶିବାନୀକୁ ସାତ ବର୍ଷ , ରାନୁକୁ ଦୁଇ ବର୍ଷ ଓ ନବଜାତ ଶିଶୁ ଙ୍କୁ ବଞ୍ଚାଇନେଇ ଅଭାବୀ ସଂସାର । କୁଲିଭୁତି କଲେ ପେଟ ପୂରେ । ୫ମାସ ତଳେ ବୁଧବାରୀ ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ୨ ମାସ ଧରି ହସଖୁସିରେ ପିଲାଙ୍କ ସହ ରହିଥିଲେ । ଅଭାବ ଅନଟନରେ ପଡ଼ି ହଠାତ୍ ବୁଧବାରୀ ଆନ୍ଧ୍ରକୁ ଦାଦନ ଖଟିବାକୁ ଚାଲିଗଲେ । ଘରେ ରହି ଗଲେ ତିନୋଟି ବାଳୁତ ଶିଶୁ । ବେଳେବେଳେ ବଡମା ’ ପଦ୍ମ ବିନ୍ଧାଣୀ ସେମାନଙ୍କ ଲାଳନପାଳନ କରୁଛନ୍ତି । ମେଘ ବିନ୍ଧାଣି ଆର୍ଥିକ ଅବସ୍ଥା ଭଲ ନଥିବାରୁ ସ୍ତ୍ରୀକୁ ଖୋଜିବାକୁ ଆନ୍ଧ୍ର ଯାଇପାରୁ ନାହାନ୍ତି କି ପିଲାଙ୍କୁ ଛାଡ଼ି କାମ କରିବାକୁ ଗୋଡ଼ କାଢି ପାରୁ ନାହାନ୍ତି ମେଘ ବିନ୍ଧାଣି ମଦ୍ୟ ପାନ କରି ସ୍ତ୍ରୀଙ୍କୁ ସବୁବେଳେ ଗାଳି ଗୁଲଜ କରୁଥିଲା ଏହି କାରଣରୁ ସ୍ତ୍ରୀ ବାଧ୍ୟ ହୋଇ ଘର ଛାଡ଼ିବାକୁ ନିଷ୍ପତ୍ତି ନେଲେ l କିନ୍ତୁ ନିଜ ଛୁଆ କଥା ନବୁଝି ସେ ଆନ୍ଧ୍ର ପ୍ରଦେଶରେ କୁଲି କାମ କରିବାକୁ ପଳାଇ ଯାଇଛନ୍ତି l ଝିଅ ଶିବାନୀ ବିନ୍ଧାଣି ଙ୍କ କହିବା ଅନୁସାରେ ବାପା ସବୁବେଳେ ମଦ ପିଅନ୍ତି, ନିଜ ସାନ ଛୁଆ କଥା ଚିନ୍ତା ମଧ୍ୟ ନାହିଁ l ଏପଟେ ଛୁଆ ଟି ବହୁତ ଦୁର୍ବଳ ମଧ୍ଯ ହୋଇ ପଡ଼ିଲାଣି, କିନ୍ତୁ ଏ ବିଷୟରେ ଆଶା କି ଅଙ୍ଗନ ୱାଡ଼ି ଙ୍କୁ ମଧ୍ଯ ଖବର ନାହିଁ l ଯଥା ଶୀଘ୍ର ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ଆବଶ୍ୟକ ପଡିଲେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ବୋଲି ଗ୍ରାମ ବାସୀ ଦାବୀ କରିଛନ୍ତି lଏପରି ପରିସ୍ଥିତି ରେ ଛୋଟ ପୁଅର ଜୀବନ ବଞ୍ଚାଇବା ମୁଖ୍ୟ କାମ,ପ୍ରଶାସନ ଯଦି ହସ୍ତକ୍ଷେପ କରେ ଅଭାବି ସଂସାରରେ ଶିଶୁ ପୁତ୍ର ଲାଳନ ପାଳନ ର ବୋଝ କୋମଳ ମତି ସାନ ଝିଅଟି ଉପରୁ ଓହରି ଯାଆନ୍ତା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ,ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More