ନବରଙ୍ଗପୁର/ ଡାବୁଗାଁ (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଭିଜିଲାନ୍ସ ସପ୍ତାହ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଭାର ପ୍ରାପ୍ତ ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ କହିଲେ ଯେତେବେଳେ ଦେଶରେ ଅର୍ଥନୀତିକୁ ଗୁରୁତ୍ଵ ଦିଆଯାଇଥାଏ, ସେତେବେଳେ ଆମକୁ ସାମାଜିକ ଓ ରାଜନୈତିକ ସମସ୍ତ କ୍ଷେତ୍ରରେ ଦୁର୍ନୀତି କୁ ମୂଳ ଉତ୍ପାଟନ କରିବା ଦରକାର ବୋଲି ମତ ବ୍ୟକ୍ତ କରିଥିଲେ।ଏଥି ସହିତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଶପଥ ପାଠ କରିଥିଲେ କି ଦୁର୍ନୀତି ସମ୍ପର୍କିତ କୌଣସି ଘଟଣାକୁ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇବୁ,ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାୟ ରଖିବା, ଜନ ସାଧାରଣ ଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା ଏଥି ସହିତ ସମସ୍ତ ଦାୟିତ୍ଵ କୁ ସାଧୁତା ବଜାୟ ରଖିବା ନିତ୍ୟାନ୍ତ ଜରୁରୀ ବୋଲି ଅଧ୍ୟକ୍ଷ ଙ୍କ ସହ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଶପଥ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗୀୟ ମୁଖ୍ୟ ଶ୍ରୀମତୀ ଉର୍ମିଳା ବ୍ରହ୍ମା, ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ, ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଚନ୍ଦନା ପଣ୍ଡା,ଓଡ଼ିଆ ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ମନିଷା ସରକାର,ଇତିହାସ ବିଭାଗୀୟ ଅଧ୍ୟାପକ ଦୟାରାମ ମନୋହର,ଇଂରାଜୀ ବିଭାଗୀୟ ଅଧ୍ୟାପକ ମହେନ୍ଦ୍ର ଦେବର ପଲ୍ଲୀ ଓ ପଞ୍ଚାନନ ପୂଜାରୀ ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ସଭା ଶେଷରେ ଓଡ଼ିଆ ଅଧ୍ୟାପିକା ମନିଷା ସରକାର ଧନ୍ୟବାଦ ଅର୍ପଣ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାର ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.
Next Post