ଭୈରବ ସ୍ନାତକ ମହାବିଦ୍ୟାଳୟରେ ଇଗ୍ନୋ ପାଠ୍ୟକ୍ରମ ତରଫରୁ ପ୍ରବେଶ ଉତ୍ସବ ଅନୁଷ୍ଠିତ

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ଇଗ୍ନୋ ପାଠ୍ୟକ୍ରମର ଜାନୁଆରୀ-୨୦୨୩ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପ୍ରବେଶ ଉତ୍ସବ ଶନିବାର ପାଳିତ ହୋଇଯାଇଛି । ଏହି ପ୍ରବେଶ ଉତ୍ସବକୁ ଭୈରବ ସ୍ନାତକ ମହାବିଦ୍ୟାଳୟର ଇଗ୍ନୋ ସଂଯୋଜିକା ଉର୍ମିଳା ବ୍ରହ୍ମା ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭୈରବ ସ୍ନାତକ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ ଶିକ୍ଷାର କ୍ଷେତ୍ର ବ୍ୟାପକ, ଏଥି ସହିତ ଶିକ୍ଷା ପ୍ରତ୍ୟେକ ବ୍ୟକ୍ତି କିପରି ଗ୍ରହଣ କରି ପାରିବେ, ତେଣୁ ଏହି ପାଠ୍ୟକ୍ରମକୁ ଆରମ୍ଭ କରାଯାଇଥିଲା l ଯେହେତୁ ଏହା ଏକ ଦୂର ଶିକ୍ଷା ବ୍ୟବସ୍ଥା, ଏଥିରେ ସମସ୍ତ ଛାତ୍ର ଛାତ୍ରୀ ନିଜର ଶିକ୍ଷା ଗତ ଯୋଗ୍ୟତାକୁ ନେଇ ପଢ଼ି ପାରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହାପରେ ଇଗ୍ନୋ ସଂଯୋଜିକା ଉର୍ମିଳା ବ୍ରହ୍ମା ନିଜ ବକ୍ତବ୍ୟରେ କହିଲେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏହା ଏକପ୍ରକାର ମାଧ୍ୟମ l ଏଥିରେ ସମସ୍ତ ପ୍ରକାର ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରି ପାରିବେ lଏଥିରେ ସ୍ନାତକ ଠାରୁ ସ୍ନାତକୋତ୍ତର ଆଦି ବିଭିନ୍ନ ପ୍ରକାର ଡିଗ୍ରୀ ରହିଛି lଏହା ସହିତ ଏହିବର୍ଷ ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ପିଲା ମାନଙ୍କୁ ସେମାନଙ୍କ ନାମଲେଖା ଶୁଳ୍କ ଛାଡ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ । ଏହି ଉତ୍ସବରେ ଇତିହାସ ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ସାହୁ, ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା, ଅର୍ଥନୀତି ବିଭାଗର ଅଧ୍ୟାପକ ସନ୍ୟାସୀ ସାହୁ, ଇତିହାସ ବିଭାଗୀୟ ଅଧ୍ୟାପକ ଦାୟାରାମ ମନୋହର ଯୋଗ ଦେଇଥିଲେ । ପ୍ରବେଶ ଉତ୍ସବରେ ୪୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଉତ୍ସବ ପରେ ସେମାନଙ୍କ ସାର୍ଟିଫିକେଟ କୁ ଯାଞ୍ଚ କରାଯାଇଥିଲା । ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପିକା ମନିଷା ସରକାର ଧନ୍ୟବାଦ ଅର୍ପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More