ନବରଙ୍ଗପୁର/ ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ରେଡକ୍ରସ ତରଫରୁ ଏକ ସ୍ଵତନ୍ତ୍ର ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ନବରଙ୍ଗପୁର ମହାବିଦ୍ୟାଳୟ ରେଡକ୍ରସ ବିଭାଗୀୟ ମୁଖ୍ୟ ଦିଲ୍ଲୀପ କୁମାର ହୋତା ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ,ଯେତେବେଳେ ସରକାର ରେଡକ୍ରସ ତରଫରୁ ଏକ ସୁନ୍ଦର ଯୋଜନା ଆୟୋଜନ କରୁଛନ୍ତି l ଯାହା ଦ୍ଵାରା ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି lଏଥି ସହିତ ରେଡକ୍ରସ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଯଥା ସ୍ୱଚ୍ଛତା, ରକ୍ତଦାନ ଆଦି ବହୁ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ କରାଯାଉଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହା ସହିତ ସମ୍ମାନୀତ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ ନିଜ ବକ୍ତବ୍ୟରେ ରକ୍ତଦାନ ମହାପୂଣ୍ୟ ଯାହା ରେଡକ୍ରସ କହୁଛି, ଯାହା ଫଳରେ ରେଡକ୍ରସ ଜଣେ ବ୍ୟକ୍ତିର ଜୀବନ ମଧ୍ୟ ବଞ୍ଚାଇ ପାରିଛି l ତାହା ଆମ ପାଇଁ ଏକ ସ୍ଵତନ୍ତ୍ର ବାର୍ତ୍ତା, ତେଣୁ ମହାବିଦ୍ୟାଳୟ ସ୍ତରରେ ସମସ୍ତ ଛାତ୍ର ଛାତ୍ରୀ ରେଡକ୍ରସରେ ଅଂଶ ଗ୍ରହଣ କରିବା ଦରକାର । ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା, ଇତିହାସ ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ସାହୁ, ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା, ଓଡ଼ିଆ ବିଭାଗୀୟ ଅଧ୍ୟାପିକା ତଥା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟର ରେଡକ୍ରସ ମୁଖ୍ୟ ମନିଷା ସରକାର, ଇତିହାସ ବିଭାଗୀୟ ଅଧ୍ୟାପକ ଦୟାରାମ ମନୋହର, ରାଜନୀତି ବିଜ୍ଞାନ ବିଭାଗୀୟ ଅଧ୍ୟାପକ ମେକ୍ସ୍ ନାୟକ, ଇଂରାଜୀ ଅଧ୍ୟାପକ ମହେନ୍ଦ୍ର ଦେବରପଲ୍ଲୀ, ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ରେଡକ୍ରସ ମୁଖ୍ୟ ଶିବ ପ୍ରସାଦ ସାହୁ, ପଞ୍ଚାନନ ପୂଜାରୀଙ୍କ ସହ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.