କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ଓଡିଶା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତ କାରୀ ପଦକ୍ଷେପ ସ୍ଵରୂପ ତଥା ଜାଗା ମିସନ୍ ଅନ୍ତର୍ଗତ କେନ୍ଦ୍ରାପଡ଼ା ପୌର ପାଳିକାର ଟାଉନ ହଲ ଠାରେ ପୌର ପାଳିକା ଅଧୀନସ୍ଥ ବିଭିନ୍ନ ବସ୍ତି ଗୁଡିକରେ ବାସ କରୁଥିବା ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଅଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୌର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପରିଡା ଉପସ୍ଥିତ ଥିଲେ ତଥା ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ଅନୁଭବ ମହାନ୍ତି, ବିଧାୟକ ଶ୍ରୀଯୁକ୍ତ ଶଶି ଭୂଷଣ ବେହେରା ଯୋଗ ଦେଇଥିଲେ। ଏହି ଅବସରରେ ପୌର ପାଳିକା ଅଧୀନସ୍ଥ ବିଭିନ୍ନ ବସ୍ତି ଅଞ୍ଚଳ ର ୩୦ ଜଣ ଯୋଗ୍ୟ ଭୂମି ହୀନ ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୌର ପାଳିକା ପକ୍ଷରୁ ଅଶୋକ କୁମାର ସାହୁ, ଅସିତ୍ କୁମାର ସାହୁ ସୁଚିସ୍ମିତା ଜେନା, ତପସ୍ୱିନୀ ଦାସ, ମନୋରଞ୍ଜନ ଦାସ, ସୁଧୀର କୁମାର ଦାସ,ସଞ୍ଜୀବ ମହାନ୍ତି, ହରେକୃଷ୍ଣ ରଥ ପରିଚାଳନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପୌର ପାଳିକାର ରବି ନାରାୟଣ ନାୟକ, ଦିଲୀପ କୁମାର ସେଠୀ, ଭୁବନ ମୋହନ କାନୁନଗୋ, କ୍ଷୀରୋଦ ଚନ୍ଦ୍ର ପାତ୍ର, ପ୍ରଶାନ୍ତ କୁମାର ନାୟକ, ଅଚ୍ୟୁତ ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଭିକାରୀ ଚରଣ ରାଉତଙ୍କ ସହ ସୁନୀଲ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।
Get real time updates directly on you device, subscribe now.