ଭୁଷୁଡିବାରେ ଲାଗିଛି ଗ୍ରାମାଞ୍ଚଳରେ ଶିକ୍ଷା ଅନୁଷ୍ଠାନ

27

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ରସରକାର ପଯ୍ୟନ୍ତ ଶିକ୍ଷାର ଉନ୍ନତି ପାଇଁ କେତେ କ’ଣ ଯୋଜନା କରୁଛନ୍ତି। ବିଶେଷ କରି ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷ୍ୟା ପ୍ରଦାନ କରୁଥିବା ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମୋଟା ଅଙ୍କର ବେତନ ଦେବା ସହିତ ବ‌ହୁତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ସରକାର। ତା ପରେବି ଅଧ୍ୟାପକ ଓ ଅଧ୍ୟାପିକା ମାନେ ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ପାଠ ନପାଇବା, ମହାବିଦ୍ୟାଳୟକୁ ନ ଆସି ନିଜର ପ୍ରକୃତ କାର୍ଯ୍ୟ ସମ୍ପାଦନ ନକରିବା, ଠିକ୍ ସମୟରେ ଦରମା ନେବାକୁ ବେସ୍ତ ହେଉଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା। ଆମେ କହୁଛି ଏମିତି ଏକ ଗ୍ରାମାଞ୍ଚଳର କଲେଜ ଯାହାର ନାଁ ଦିଆଯାଇଛି ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ। ଏହି ଶିକ୍ଷିତ ମଣିଷ ତିଆରି କଲେଜ କରିବାପାଇଁ ଗ୍ରାମର ବୁଦ୍ଧିଜୀବୀ ଓ ମୁରବୀମାନେ ଦୀନରାତି ଏକେ କରି ଅକ୍ଲାନ୍ତ ପରିଶ୍ରମ କରି କେତେ ଝଡଝଞ୍ଜାକୁ ସାମ୍ନା କରି ଏହି କଲେଜ ଗଢିଥିଲେ କିନ୍ତୁ ଏବେ ଦେଖନ୍ତୁ ଏହି କଲେଜର ଦୃଶ୍ୟ ଛାତ୍ରଛାତ୍ରୀଙ୍କ ବାପାମାଆ ମାନେ କେତେ ଶୋପ୍ନ ଦେଖି କଲେଜକୁ ପିଲାମାନଙ୍କୁ ଭଲ ପାଠ ପଢ଼ାଇବା ଆଶାରେ ଛାଡିଥାନ୍ତି। କଲେଜରେ ଥିବା ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମନମୁଖୀ ଯୋଗୁଁ ପାଠପଢ଼ା ଠପ୍ ହୋଇଯାଉଛି ବୋଲି ଗ୍ରାମବାସୀ ମାନେ କହିବା ସହିତ ଆହୁରି କହିଛନ୍ତି କଲେଜ ଆରମ୍ଭ ରୁ ପାଠପଢ଼ା ଠିକ୍ ଥିଲା କିନ୍ତୁ ଏବେ ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ନେଉଛନ୍ତି ହେଲେ ପାଠପଢ଼ା ନାହିଁ କିଛି ଅସାଧୁ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଛାତ୍ରଛାତ୍ରୀଙ୍କୁ ପାଠ ନପଢାଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଲୋଭନ ଦେଖାଉଛନ୍ତି କିଛି ଦରକାର ନାହିଁ ପରିକ୍ଷା ସମୟରେ କପି କରାଯିବ ତୁମେମାନେ ସମସ୍ତେ ପାସ୍ ହେବ ଏଭଳି ସସ୍ତା କଥା କହି କଲେଜରେ ଫାଟ ସୃଷ୍ଟି କରି ଦୁଇ ତିନି ଭାଗ କରୁଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା। ଗଗୁଆ ପଞ୍ଚାୟତର ୱର୍ଡ ମେମ୍ବର କହିଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା ମାନେ ଆସୁଛନ୍ତି ଟିପମାରି ଚାଲିଯାଉଛନ୍ତି ଓ ସମୟହେଲେ ଟିପମାରି ଚାଲିଯାଉଛନ୍ତି। ଅଞ୍ଚଳର ବୁଦ୍ଧିଜୀବୀ ମାନେ ସରକାର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ଟିକୁ ଧ୍ୟାନ ଦିଅନ୍ତୁ ମାସରେ ତିନି ଚାରିଥର ଗସ୍ତ କରନ୍ତୁ ଯେଉଁ କର୍ମଚାରୀ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏଭଳି କଲେ ଏହି କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ କର୍ମଚାରୀମାନେ ସୁଧୁରିବା ସହିତ କଲେଜର ଉନ୍ନତି ହେବ।(କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More