ବରଗଡ(ସଂଘର୍ଷ ମିଡିଆ ) : )-ବରଗଡ଼ ଜିଲ୍ଲା ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ୨୦୧୫ ରୁ ପିଅନ ଭାବରେ କାର୍ଯ୍ୟରତ ଥିଲେ ବୁଡାମାଲ ଗ୍ରାମର ବିଲାସିନୀ ବାରିକ।୨୦୧୭ ରୁ ଲୁପସ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ନିୟମିତ ଭାବେ କାର୍ଯ୍ୟ କରି ଆସୁଥିଲେ।ବିଲାସିନୀ ବାରିକଙ୍କ ଏପରି ସମସ୍ୟା ଜାଣି ମଧ୍ୟ ଉକ୍ତ କଲେଜର ପ୍ରିନ୍ସିପାଲ ଅଧିକ କାର୍ଯ୍ୟ ରେ ଖଟାଉ ଥିଲେ।ପ୍ରିନ୍ସିପାଲ ଏପରି କରିବା ଦ୍ବାରା ସେ ଆହୁରି ରୋଗର ସମସ୍ୟା ରେ ବଢିଯାଇ ଦୁଇ ମାସ ତଳେ ମୃତ୍ୟୁ ବରଣ କଲେ।ପରେ ତାଙ୍କ ସ୍ବାମୀ ଯୁଧିଷ୍ଠିର ବାରିକ ବିଲାସିନୀ ବାରିକଙ୍କ ଜଏନିଙ୍ଗ ଲେଟର ସୂଚନା ଅଧିକାର ଆଇନ ବଳରେ ୨୧.୦୬.୨୦୨୨ ଦିନ ଆବେଦନ କରିଥିଲେ। ହେଲେ ଉକ୍ତ କଲେଜର ସୂଚନା ଅଧିକାରୀ ଅଧ୍ୟାପିକା କୁନ୍ତଳା ସାହୁ ମାଗିଥିବା ସୂଚନା ଟି ନଦେଇ ୨୦୧୫ ରେ ବିଲାସିନୀ ବାରିକ ଜଏନିଙ୍ଗ କଲାବେଳେ ଦେଇଥିବା ଦରଖାସ୍ତ ର ଜେରକ୍ସ କପି ଏକ ସାଧାରଣ ଚିଠି ରେ ଗୁନ୍ଥି ଭଣ୍ଡେଇଛନ୍ତି। ଯାହା ଜଣାପଡୁଛି ଯେ ତଥ୍ଯ ଦେଲେ ଚାକିରି ଯିବାର ଭୟ ରହିଛି ।
Get real time updates directly on you device, subscribe now.
Prev Post
ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ନବରଙ୍ଗପୁର ଜିଲ୍ଲା ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ପରିଷଦ
Next Post