ଭୁବନେଶ୍ୱର ସହରର ସମସ୍ୟା ସମାଧାନ ଦାବିରେ ଏସୟୁସିଆଇ ପକ୍ଷରୁ ବିକ୍ଷୋଭ

13

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : – ଏସୟୁସିଆଇ କମ୍ୟୁନିଷ୍ଟ ଭୁବନେଶ୍ୱର ଡିଭିଜନ ତରଫରୁ ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସରକାରଙ୍କ ମନଇଚ୍ଛା ଅହେତୁକ ଦର ଦାମ ବଢାଇବା,ଶ୍ରମିକମାନଙ୍କ ପାରିଶ୍ରମିକ ନବଢାଇବା, ସହରକୁ ଜଳବନ୍ଦୀରୁ ମୁକ୍ତି କରିବା, ଭିନ୍ନକ୍ଷମ ମାନଙ୍କୁ ଭତା ବଣ୍ଟନ କରିବା ଦାବିରେ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା ।ଯଦି ସରକାର ଏସବୁର ସମାଧାନ ନ କରନ୍ତି ତେବେ ଆଗମୀ ଦିନରେ ଜୋରଦାର ବିକ୍ଷୋଭ କରାଯିବ ବୋଲି ସଙ୍ଘ ଚେତାବନୀ ଦେଇଥିବା ଜଣାପଡିଛି । ଏସୟୁସିଆଇ କମ୍ୟୁନିଷ୍ଟ ଭୁବନେଶ୍ୱର ଡିଭିଜନର ଜିଲା ସାଙ୍ଗଠନିକ କମିଟିର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବେହେରା,କମିଟି ସଦସ୍ୟ ରାଜେନ୍ଦ୍ର ବର୍ମା ,ସନ୍ତୋଷ ରଥ,ପ୍ରଭାମଞ୍ଜରୀ ବ୍ରହ୍ମ ,ବିଜୟ ଲାଷ୍ମୀ ପାତ୍ର , ନସିମ ସରକାର ,ସ୍ୱସ୍ତି ସଙ୍ଗୀତ ଦଳେଇ, ସୁନିତା ପାଣିଗ୍ରାହୀ ପ୍ରମୁଖ ଏହି ବିକ୍ଷୋଭ ରେ ନେତୃତ୍ୱ ନେଇଥିଲେ । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More